Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ଆଇଆଇସି ଓ ଏଏସଆଇ

by ସଞ୍ଜୟ ସ୍ୱାଇଁ
July 20, 2023
in Crime, State
ବନ୍ଧା ହେଲେ ଆଇଆଇସି ଓ ଏଏସଆଇ
231
VIEWS
Share on FacebookShare on Twitter

ବାଲେଶ୍ବର, (ବାଘୁଆବାର୍ତ୍ତା): ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ଗିରଫ ହେଲେ ଚାନ୍ଦିପୁର ଥାନା ଆଇଆଇସି ଏବଂ ଏଏସଆଇ। ବୁଧବାର ଜଣେ ମଦଭାଟି ମାଲିକଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ବଳି ମହାନ୍ତି। ଉଭୟଙ୍କୁ ଭିଜିଲାନ୍ସ ନିଜ ହେପାଜତକୁ ନେଇଥିବା କହିଥିଲେ ଭିଜିଲାନ୍ସ ଏସପି। ଏହି ମାମଲାରେ ଭିଜିଲାନ୍ସ ୬ଟି ସ୍ଥାନରେ ଚଢଉ କରିଥିଲା। ଚାନ୍ଦିପୁର ଥାନାରେ ଥିବା ଆଇଆଇସି ଓ ଏଏସଆଇଙ୍କ ଅଫିସ ସମେତ ଗଣେଶ୍ବର ପ୍ରଧାନଙ୍କ କେନ୍ଦୁଝରର ଅସଡାରେ ଥିବା ପୌତୃକ ଘର, ପ୍ରଦୀପ ମହାନ୍ତିଙ୍କ ସୋରଠାରେ ଥିବା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତଠାରେ ଥିବା ପୈତୃକ ଘର ଉପରେ ଚଢାଉ କରିଥିଲା। ଏହା ପୂର୍ବରୁ ଏସଆଇଙ୍କୁ ବଳି ମହାନ୍ତିଙ୍କୁ ସସପେଣ୍ଡ ମଧ୍ୟ କରାଯାଇଥିଲା। ଏକ ମାମଲାର ରଫାଦଫା କରିବା ପାଇଁ ଉଭୟ ପୋଲିସ ବାବୁ ଜନୈକ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ବ୍ୟକ୍ତି ଜଣଙ୍କ ଏନେଇ ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏସପି ନରହରି ବେହେରାଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା । ପୂର୍ବ ଯୋଜନା ମୁତାବକ ବ୍ୟକ୍ତି ଜଣଙ୍କ ଆଇଆଇସି ଗଣେଶ୍ବର ପ୍ରଧାନ, ଏଏସଆଇ ବଳି ମହାନ୍ତି ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ଧରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!