ନୟାଗଡ଼, (ବାଘୁଆବାର୍ତ୍ତା): ଗତକାଲି ଦଶପଲ୍ଲା ବିଡିଓଙ୍କୁ ବଦଳି କରା ଯାଇଥିବା ବେଳେ ବନ୍ଧମୁଣ୍ଡା ତହସିଲଦାର୍ ବିଶ୍ୱରଂଜନ ବିଶ୍ୱାସଙ୍କୁ ଦଶପଲ୍ଲା ବିଡିଓ ଭାବେ ବଦଳି କରାଯାଇଥିଲା । ଆଜି ଶ୍ରୀଯୁକ୍ତ ବିଶ୍ୱାସ ଦଶପଲ୍ଲା ବ୍ଲକରେ ପହଂଚି ତାଙ୍କର ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ବ୍ଲକ କର୍ମଚାରୀମାନେ ନୂତନ ବିଡିଓଙ୍କୁ ସ୍ୱାଗତ କରିଥିବା ବେଳେ ବହୁ ଲୋକ ପ୍ରତିନିଧି ମଧ୍ୟ ବିଡିଓଙ୍କୁ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି ।





