ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପଂହଚିଛି । ସେଥିମଧ୍ୟରେ ୧୦୭ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୫ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଝାରସୁ୍ୁଡ଼ା ୨, ମାଲକାନଗିର୍ ୩, କେନ୍ଦୁଝର ୫, ଯାଜପୁର ୩, ଖୋର୍ଦ୍ଧା ୮, ଅନୁଗୁଳ ୬, ଦେଓଗଡ଼ ୨, କଟକ ୩, ଗଂଜାମ ୬, ସୁନ୍ଦରଗଡ଼ ୪, ପୁରୀ ୧୫, ବୈାଦ୍ଧ ୩, ଗଜପତି ୫, ସମ୍ବଲପୁର ୫, ବଲାଙ୍ଗିର ୫, ମୟୁରଭଂଜ ୭, ବାଲେଶ୍ୱର ୫, ନୟାଗଡ଼ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏନ୍ଡିଆଏଫ୍ ଓ ଓଡ୍ରାଫ୍ରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୧ଟି ମାମଲା ସକ୍ରିୟ ରହିଥିବା ୨୩୫୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





