ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ୍ ଥାନାରେ ନୂତନ ଆଇଆଇସି ଯୋଗ ଦେଇଛନ୍ତି । ନୟାଗଡ଼ ଟାଉନ ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନାଙ୍କର କେନ୍ଦ୍ରପଡ଼ା ଜିଲ୍ଲାକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନାର ଆଇଆଇସି ଦିଗବିଜୟୀ ବିଶ୍ୱାଳଙ୍କୁ ନୟାଗଡ଼ ଜିଲ୍ଲାକୁ ବଦଳି କରାଯାଇଥିଲା । ତେବେ ଦିଗବିଜୟୀ ବିଶ୍ୱାଳ ଆଜି ନୟାଗଡ଼ ଜିଲ୍ଲାରେ ଯୋଗ ଦେବା ମାତ୍ରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ତାଙ୍କୁ ନୟାଗଡ଼ ଟାଉନ ଥାନାର ଆଇଆଇସି ଭାବେ ନିଯୁକ୍ତ କରିଛନ୍ତି । ନୟାଗଡ଼ ଟାଉନର ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜଣେ ଦକ୍ଷ ଓ କର୍ତ୍ତବ୍ୟ ନିଷ୍ଠ ଆଇଆଇସି ଦିଗବିଜୟୀ ବିଶ୍ୱାଳଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିବା ନେଇ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରକାଶ କରିଛନ୍ତି । ତେବେ ଆଜି ସନ୍ଧ୍ୟାରେ ନୂତନ ଆଇଆଇସି ଦିଗବିଜୟୀ ବିଶ୍ୱାଳ ନୟାଗଡ଼ ଟାଉନ ଥାନାରେ ପହଞ୍ଚି ବିଦ୍ଧିବଧ ଭାବେ ଯୋଗ ଦେଇଛନ୍ତି । ଏନେଇ ଟାଉନ ଥାନାର ସମସ୍ତ କର୍ମଚାରୀ ନୂତନ ଆଇଆଇସିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି ।






