Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋମଣ୍ଡ ୭୨ ଘଣ୍ଟା ସଟ୍‌ଡାଉନ୍

by Anil Panda
June 12, 2020
in Breaking
କୋମଣ୍ଡ ୭୨ ଘଣ୍ଟା ସଟ୍‌ଡାଉନ୍
27
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ କେବଳ ଗତକାଲି ପୁଣି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାକୁ ସୂଚନା ଆସିଥିଲା । ଫଳରେ ଜିଲ୍ଲାରେ ପୂର୍ବରୁ ୯୭ ଆକ୍ରାନ୍ତ ଜିଲ୍ଲା ବାହାର ୩ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୧୦୦ରେ ଥିବା ବେଳେ ଏହା ଆଜି ୧୦୪ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନାନୁସାରେ, ଓଡ଼ଗାଁ ବ୍ଲକରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରଣପୁର ବ୍ଲକର ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ରଣପୁର ବ୍ଲକର ଜଣେ ଆକ୍ରାନ୍ତ ଗତକାଲି ସଂଗରୋଧ ମୁକ୍ତ ହୋଇଥିବା ବେଳେ ଗତକାଲି ତାଙ୍କର ପଜେଟିଭ୍ ବାହାରିଥିବା ଜଣାଯାଇଛି । ଏହି ବ୍ୟକ୍ତି ଜଣଙ୍କ ଗୈାରାଙ୍ଗପୁର ପଂଚାୟତ ବଡ଼ମୂଳ ଗ୍ରାମର ହୋଇଥିବା ବେଳେ ସେ କିଛିଦିନ ତଳେ ସୁରାଟରୁ ଫେରି ଜାମୁସାହି ସଂଗରୋଧରେ ରହିଥିଲେ । ଅନ୍ୟଜଣେ ଉକ୍ତ ସଂଗରୋଧରେ ଥିବା ବ୍ୟକ୍ତି ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମ ମଶାଣି ସାହିର ବୋଲି ଜଣାଯାଇଛି । ସେମାନେ ପାଂଚ ଦିନ ତଳୁ ସଂଗରୋଧ ମୁକ୍ତ ହୋଇ ଘରକୁ ଫରିଥିବା ବେଳେ ଗୃହ ସଂଗରୋଧରେ ରହିବା ବଦଳରେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ମାର୍କେଟ, ସେଲୁନ୍ ଭଳି ଜନଗହଳୀ ସ୍ଥାନରେ ସେମାନଙ୍କ ଲୋକଙ୍କ ସହ ମିଳାମିଶା କରିଛନ୍ତି । ଯାହା ଫଳରେ କୋମଣ୍ଡ ପଂଚାୟତ ଉଦୟପୁର, ପଥରା, ନୋତ୍ତରପଲ୍ଲୀ, ନବରôତପୁର ଏବଂ କୋମଣ୍ଡ ଗ୍ରାମର ସମସ୍ତ ସାହିକୁ ପଂଚାୟତ ସରପଂଚ ତଥା କ୍ଷମତା ପ୍ରାପ୍ତ ଜିଲ୍ଲାପାଳ ୧୨ ତାରିଖ ଦିନ ୧୧ ଘଣ୍ଟାଠାରୁ ୧୫ ତାରିଖ ଦିନ ୧୧ ଘଣ୍ଟା ପର୍ଯ୍ୟନ୍ତ ୭୨ ଘଣ୍ଟା ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ଔଷଧ ଏବଂ ଡାକ୍ତରଖାନାକୁ ଛାଡ଼ି ଦେଲେ ସବୁ କିଛି ବନ୍ଦ ରହିବ ବୋଲି ସରପଂଚ ଘୋଷଣା କରିଛନ୍ତି । ଏଥିସହିତ ପଂଚାୟତରେ ଲୋକଙ୍କୁ ସଚେତନ କରାଯାଇ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ସରପଂଚ ଶ୍ରୀଯୁକ୍ତ ଦଳେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏବଂ ଓଡ଼ଗାଁ ତହସିଲଦାର୍‌, ବିଡିଓ ଏବଂ ଥାନା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!