ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଭାପୁର ତହସିଲଦାର୍ଙ୍କ ବଦଳି ହୋଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୁତ୍ରରୁ ଜଣାଯାଇଛି । ତହସିଲଦାର୍ ସୁନିତା ଜେନାଙ୍କୁ ବାଲିପାଟଣା ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ କଟକ ସଦର ତହସିଲଦାର ତୃପ୍ତି ମହାନ୍ତିଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଟିଆର୍ଓ ବିରଞ୍ଚି ନାରାୟଣ ବେହେରାଙ୍କୁ କାକଟପୁର ତହସିଲଦାର ଭାବେ ବଦଳି କରାଯାଇଛି ।




