Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବୀନଙ୍କ ପରିକଳ୍ପନାରେ ଝଲସିବ ନୟାଗଡ଼, ବିକାଶର ବାର୍ତ୍ତା ବାଣ୍ଟିଲେ ଅରୁଣ

ଶିଖର ଛୁଇଁବ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ

by ସଞ୍ଜୟ ସ୍ୱାଇଁ
July 16, 2023
in Feature News
ନବୀନଙ୍କ ପରିକଳ୍ପନାରେ ଝଲସିବ ନୟାଗଡ଼, ବିକାଶର ବାର୍ତ୍ତା ବାଣ୍ଟିଲେ ଅରୁଣ
254
VIEWS
Share on FacebookShare on Twitter

ଓଡ଼ଗାଁର ୫ ପଞ୍ଚାୟତରୁ ଉନ୍ନୟନ ମୂଳକ ତାଲିକା ସଂଗ୍ରହ

ନୟାଗଡ଼,(ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ଗୁଡ଼ିକର ଭିତ୍ତିଭୂମୀ ବିକାଶ ପାଇଁ ନୂତନ ପରିକଳ୍ପନା କରିଛନ୍ତି । ନବୀନଙ୍କ ପରିକଳ୍ପନାରେ ନୟାଗଡ଼ର ଗାଁ ଗୁଡ଼ିକୁ ରୂପାନ୍ତରିତ କରିବା ପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କାର୍ଯ୍ୟପନ୍ଥା ଆପଣାଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତକୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟର ତାଲିକା ପ୍ରସ୍ତୁତ କରୁଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ରବିବାର ଓଡ଼ଗାଁ ବ୍ଲକର ୫ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ପ୍ରତି ପଞ୍ଚାୟତରେ ବୈଠକ କରିବା ସହ ମୁରବିଙ୍କ ନିଷ୍ପତ୍ତିକୁ ପ୍ରାଧାନ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ପାଇଁ ଦେଇଥିବା ବିକାଶର ବାର୍ତ୍ତାକୁ ଲୋକଙ୍କ ପାଖରେ ଉପସ୍ଥାପନ କରିବା କେଉଁଠି କ\’ଣ ଉନ୍ନତିମୂଳକ କାର‌୍ୟ୍ୟ ହେବ ସେ ନେଇ ବିଧାୟକ ସାହୁ ଲୋକଙ୍କ ଠାରୁ ସିଧାସଳଖ ପ୍ରକଳ୍ପ ତାଲିକା ସଂଗ୍ରହ କରିଛନ୍ତି। ଭିତ୍ତିଭୂମିର ବିକାଶ ସହ ସଂସ୍କୃତି, ସଂରକ୍ଷଣ, ପରମ୍ପରାର ପ୍ରୋତ୍ସାହନ ଓ ସୁରକ୍ଷା କରାଯିବ ବୋଲି ଜଣାପଡିଛି। ରବିବାର ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଓଡ଼ଗାଁ ବ୍ଲକର ରାବେରା, ଶରଧାପୁର, ଭାଡ଼ିକିଳା, ସାକେରୀ ଓ କୋରପିଠା ଆଦି ପଞ୍ଚାୟତ ଗସ୍ତ କରି ଗାଁ ଗୁଡିକରେ ଚାଲୁ ରହିଥିବା ବିଭିନ୍ନ ନିର୍ମାଣ କାର‌୍ୟ୍ୟର ସମୀକ୍ଷା କରିବା ସହ ଗ୍ରାମବାସୀଙ୍କ ଠାରୁ ନୂତନ ପ୍ରକଳ୍ପ ତାଲିକା ସଂଗ୍ରହ କରିଥିଲେ। ଖୁବ ଶ୍ରୀଘ୍ର ବ୍ୟୟ ବରାଦ କରାଯିବ ବୋଲି କହିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ବିଜେଡି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ବିଭୁ ପ୍ରସାଦ ସାହୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଝିଲ୍ଲୀ ପ୍ରଧାନ, ସରପଞ୍ଚ ଚାନ୍ଦିନୀ ରାଉତ, କୃଷ୍ଣଚନ୍ଦ୍ର ସେନାପତି, ଗୀତାଞ୍ଜଳି ସାହୁ, ପବିତ୍ର କୁମାର ସାହୁ, ପାୟଲ କୁମାରୀ ପ୍ରଧାନ, ସମିତି ସଭ୍ୟା କନକ ପାତ୍ର ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!