ପୁରୀ, (ବାଘୁଆବାର୍ତ୍ତା): ପୁରୀ ସମୁଦ୍ରକୂଳ ଥାନା ବୋମା ବିସ୍ଫୋରଣ ମାମଲା ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରି ସଫଳ ହୋଇଛନ୍ତି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ରାଜ୍ ମଲ୍ଲିକ୍, ସତ୍ୟ ପ୍ରକାଶ, ତିହାଡ଼ି ସାହିର ରଘୁ ମଲ୍ଲିକ, ପୁରୀ ସହରର ଅକ୍ଷୟ ରାଉତ, ବାଟାଗାଓନ୍ ପୁରୀ ସଦରର ସୁନୀଲ କୁମାରା ସାହୁ, ମାନସ କୁମାର ଭୋଇ ଆଦି ଗିରଫ ହୋଇଥିବା ସୂଚନା । ଏମାନଙ୍କଠାରୁ ଜୀବନ୍ତ ବୋମା, ଗୋଟିଏ ଟିଭି, ସ୍ପୋର୍ଟସ୍ ବାଇକ୍, ଗୋଟିଏ ହିରୋ ସ୍ପ୍ଲେଣ୍ଡର ପ୍ଲସ୍, ଗୋଟିଏ ଭୁଜାଲି ,ଗୋଟିଏ ସାମସଙ୍ଗ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏସପିଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଏସପି ସୁଶୀଲ ମିଶ୍ରଙ୍କ ସୂଚନା ଅନୁଯାୟୀ ଗୌଡ଼ବାଡ଼ା ସାହି ମାଛ ବଜାରର ଏକ ଚିକେନ୍ ଦୋକାନରେ ବସିଥିଲେ । ଏତିକି ବେଳେ ପୁରୀର ଅକ୍ଷୟ ମହାନ୍ତି ଅଖୁ ତାଙ୍କୁ ଦାଦାବଟି ଭାବରେ ଟଙ୍କା ମାଗିଥିଲେ ଏବଂ ତାଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହ ବୋମା ବିସ୍ଫୋରଣ କରିଥିଲେ । ତାଙ୍କ ସହଯୋଗୀମାନେ ଏହି ଘଟଣାରେ ସମ୍ପୃକ୍ତ ହେବା ସହ ପୁରୀରେ ଅନେକ ବୋମା ବିସ୍ଫୋରଣ ଏବଂ ଗୁଳି ବିନିମୟ ମାମଲା ରୁଜୁ କରାଯାଇଥିଲା । ଜିଲ୍ଲା ଏସପି ପୁରୀର ନିର୍ଦ୍ଦେଶ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିବା ତଥା ଦାଦାବଟି ଭଳି ଅନେକ ମାମଲାରେ କ୍ରମାଗତ ଭାବରେ ଜଡ଼ିତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ୍ ଗଠନ କରାଯାଇଛି । ଯାହା କୋର୍ଟ ଜାମିନରେ ମୁକ୍ତ ହେବା ପରେ ଅଭିଯୁକ୍ତ ରାଜ୍ ମଲ୍ଲିକ ଏବଂ ତାଙ୍କର ସହଯୋଗୀମାନେ ଅପରାଧରେ ଜଡ଼ିତ ଥିଲେ । ତେବେ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।





