Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପରିଦର୍ଶନ

by Anil Panda
June 11, 2020
in Breaking
ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପରିଦର୍ଶନ
21
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ଭୁବନେଶ୍ୱର ଉପକଣ୍ଠ ଝାମୁଝରି ଯାଇ ସେଠାରେ ଥିବା ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମକୁ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ବୁଲି ଦେଖିଛନ୍ତି । ସେଠାରେ ପହଞ୍ଚିବା ପରେ ଅନ୍ତେବାସୀ ମାନଙ୍କ ତରଫରୁ ତାଙ୍କୁ ଏହି ମୁକ୍ତାକାଶ କାରାଶ୍ରମକୁ ସ୍ୱାଗତ କରାଯାଇଥିଲା । ସେଠାରେ ସେ ଅନ୍ତେବାସୀମାନଙ୍କ ସହ କିଛି ସମୟ ବିତାଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଅନ୍ତେବାସୀମାନେ ଆଶ୍ରମ ତରଫରୁ ଦିଆଯାଉଥିବା ରାସନ୍‌ ଚାଉଳ ପରିମାଣ କମ୍‌ ହେଉଥିବା ଅଭିଯୋଗ କରିଥିଲେ । ପରେ ମନ୍ତ୍ରୀ ସେଠାରେ ଉପସ୍ଥିତ କାରା ମହାନିର୍ଦ୍ଦେଶକ ଏବଂ ସୁଧାରଣ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ରାସନ ପରିମାଣ ବଢ଼ାଇବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ଅନ୍ତେବାସୀମାନେ କାରାଦଣ୍ଡ ସମୟସୀମା ଅତିକ୍ରାନ୍ତ ହେଲା ପରେ ବି ଖଲାସ ଅବଧି ବହୁତ ବିଳମ୍ବ ହେଉଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଉଥିବା ପ୍ରକାଶ କରିଥିଲେ । ଏପରିକି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିବାକୁ ସେମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପରେ ମନ୍ତ୍ରୀ ଏହି ମୁକ୍ତାକାଶ କାରାଗାର ପରିସର ବୁଲି ଦେଖିଥିଲେ । ସେଠାରେ ଅନ୍ତେବାସୀମାନଙ୍କ ହାତବୁଣା ଗାମୁଛା, ରୁମାଲ, ବେଡ୍‌ସିଟ୍‌ ପ୍ରଭୃତି ଦେଖି ସେ ଖୁସି ବ୍ୟକ୍ତ କରିଥିଲେ । ତା’ଛଡ଼ା ବାଇଗଣ, କଦଳୀ, ଆମ୍ବ, ଅମୃତଭଣ୍ଡା, ପୋଟଳ, ଭେଣ୍ଡି, ଶାଗ ପରି ଭଳିକି ଭଳି ପନିପରିବା ସାଙ୍ଗକୁ ବତକ ଚାଷ ଏବଂ ଡାଏରୀ ଫାର୍ମରେ ଦୁଗ୍‌ଧ ଉତ୍ପାଦନ ପ୍ରଭୃତି ବୁଲି ଦେଖିଥିଲେ । ପରିଶେଷରେ ଆଶ୍ରମ ପରିସରରେ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ଏକ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେବାକୁ ଆଶ୍ରମ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ସ୍ୱାଇଁଙ୍କୁ କହିଥିଲେ । ଏହି ଅବସରରେ ଜେଲର ଶ୍ରମତୀ ସ୍ମିତା ମହାନ୍ତି, ସହକାରୀ ଜେଲର ଶ୍ରୀ ଫଗୁ ଚରଣ ଦାସ, ପ୍ରୋବେସନ ଅଫିସର ଶ୍ରୀମତୀ ସୁଧାଙ୍ଗନା ନାୟକ, ଛତାବର ସରପଞ୍ଚ ଶ୍ରୀମତୀ ମନସ୍ୱିନୀ ଡେଙ୍ଗ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ପରେ ମନ୍ତ୍ରୀ ନିକଟରେ ଥିବା ମହାତ୍ମାଗାନ୍ଧୀ ଏକାଡେମୀ ଅଫ୍‌ ପି୍ରଜନ ପରିଦର୍ଶନ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!