Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମୀ ଯୁଗଳଙ୍କ ତଣ୍ଟି ଚିପି ଗଛରେ ଝୁଲାଇ ଦେଲେ ପ୍ରେମିକାର ପରିବାର, ସ୍ୱପ୍ନରେ ରହିଗଲା ପ୍ରେମ କାହାଣୀ, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
July 12, 2023
in Crime, State
ପ୍ରେମୀ ଯୁଗଳଙ୍କ ତଣ୍ଟି ଚିପି ଗଛରେ ଝୁଲାଇ ଦେଲେ ପ୍ରେମିକାର ପରିବାର, ସ୍ୱପ୍ନରେ ରହିଗଲା ପ୍ରେମ କାହାଣୀ, ବାନ୍ଧିଲା ପୁଲିସ
237
VIEWS
Share on FacebookShare on Twitter

କଳାହାଣ୍ଡି, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବାଞ୍ଜିପଦର ଗାଁର ଏକ ପ୍ରେମୀ ଯୁଗଳଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ପ୍ରେମୀ ଯୁଗଳଙ୍କୁ ପ୍ରେମିକାର ବାପା, କାକା ଓ ଭିଣୋଇ ହତ୍ୟା କରିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- କନେଶ୍ୱର ପଟେଲ, ଦେବାନନ୍ଦ ପଟେଲ ଓ ଠନ ସୁନ୍ଦର ନାଏକ। କନେଶ୍ୱର ପଟେଲଙ୍କ ଝିଅ ଜେମାମଣି ତାଙ୍କରି ଗାଁର ସୁନୀଲ ପଟେଲଙ୍କୁ ଭଲ ପାଉଥିଲେ। ଉଭୟ ନାବାଳିକା ଓ ନାବାଳକ ଥିଲେ। ପ୍ରାୟ ଦୁଇ ବର୍ଷ ହେଲା ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତେବେ ଉଭୟ ପ୍ରେମିକ ଓ ପ୍ରେମିକା ସଂପର୍କୀୟ ହୋଇଥିବାରୁ ଜେମାମଣିଙ୍କ ପରିବାର ଲୋକେ ଏ ସଂପର୍କକୁ ସ୍ୱୀକୃତି ଦେଉ ନଥିଲେ। କିନ୍ତୁ ସୁନୀଲଙ୍କ ପରିବାର ସେମାନଙ୍କ ପ୍ରେମ ସଂପର୍କକୁ ସମର୍ଥନ କରୁଥିଲା। ଏହି ଟଣାଓଟରା ମଧ୍ୟରେ ଗତ ଜୁନ୍ ୩୦ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ଜେମାମଣି ଓ ସୁନୀଲ ଘରୁ ଫେରାର ହୋଇଯାଇଥିଲେ। ସେମାନେ ଗାଁ ବାହାରେ ଥିବା ଏକ ପରିତ୍ୟକ୍ତ ମିଲ୍‌ରେ ଲୁଚି ରହିଥିଲେ। ରାତି ପ୍ରାୟ ୯ଟା ବେଳକୁ ଜେମାମଣିଙ୍କ ବାପା କନେଶ୍ୱର ପଟେଲ ଜାଣିବାକୁ ପାଇଲେ ଯେ ସେମାନେ ସେଠାରେ ଲୁଚିଛନ୍ତି। ସେ ତାଙ୍କ ଭାଇ ଦେବାନନ୍ଦ ପଟେଲ ଓ ଜ୍ୱାଇଁ ଠନ ସୁନ୍ଦର ନାଏକ (ଜେମାମଣିଙ୍କ ଭିଣୋଇ)ଙ୍କୁ ସାଙ୍ଗରେ ନେଇ ଉକ୍ତ ମିଲ୍‌ରେ ପହଞ୍ଚିଲେ। ସେମାନେ ଜେମାମଣି ଓ ସୁନୀଲଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ତା’ପରେ ବାଞ୍ଜିପଦର ଏବଂ ସାଗୁନ ଭାଡ଼ି ଗାଁ ମଝିରେ ଥିବା ପୋଲ ନିକଟରେ ଜଙ୍ଗଲରେ ସେମାନଙ୍କ ମୃତଦେହକୁ ଗଛରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିଲେ କନେଶ୍ୱର, ତାଙ୍କ ଭାଇ ଓ ଜ୍ୱାଇଁ। ଏହା ପରେ ଜୁଲାଇ ୨ ତାରିଖରେ ଝିଅ ଜେମାମଣି ନିଖୋଜ ହୋଇଯାଇଥିବା ନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ କନେଶ୍ୱର। ତାଙ୍କ ଅଭିଯୋଗକ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ତାହା ବିଶେଷ କିଛି ଅଗ୍ରଗତି କରି ନଥିଲା। ପରେ ଜୁଲାଇ ୯ ତାରିଖରେ ବାଞ୍ଜିପଦର ଏବଂ ସାଗୁନ ଭାଡ଼ି ଗାଁ ମଝିରେ ଥିବା ପୋଲ ନିକଟରେ ଦୁର୍ଗନ୍ଧ ହୋଇଥିଲେ। ସେଠାରେ ଲୋକେ ଦୁଇଟି ଗଳିତ ମୃତଦେହ ଠାବ କରି ପୁଲିସକୁ ଖବର ଦେଇଥିଲେ। ଜେମାମଣି ଓ ସୁନୀଲଙ୍କ ମୃତଦେହ ମିଳିବା ପରେ ସେମାନଙ୍କୁ ଜେମାମଣିଙ୍କ ପରିବାର ଲୋକେ ମାରିଥିବା ନେଇ ଅଭିଯୋଗ କରିଥିଲେ ସୁନୀଲଙ୍କ ଘର ଲୋକେ। ପୁଲିସ ଘଟଣାର ତଦନ୍ତ କରି ପ୍ରଥମେ ଜେମାମଣିଙ୍କ ବାପା କନେଶ୍ୱର ପଟେଲଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରିବା ପରେ ତାଙ୍କ ଭାଇ ଦେବାନନ୍ଦ ପଟେଲ ଓ ଜ୍ୱାଇଁ ଠନ ସୁନ୍ଦର ନାଏକଙ୍କ ନାଁ ସାମ୍ନାକୁ ଆସିଥିଲା। ପରେ ପୁଲିସ୍ ସେମାନଙ୍କୁ ମଧ୍ୟ ଗିରଫ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!