
ନୟାଗଡ଼,(ବାଘୁଆବାର୍ତ୍ତା): “କରୋନା’ ରୋଗର ଭୟାବହତା ସମ୍ପର୍କରେ ଅଭିନବ ଉପାୟରେ ଏକ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପି ତଥା “ଇନ୍ଦ୍ରଧନୁ’ ଅନୁଷ୍ଠାନ ସମ୍ପାଦକ ପ୍ରମୋଦ ମୁଦୁଲି । ମାରାତ୍ମକ କରୋନା ଭୂତାଣୁର ଏକ ଚିତ୍ରକୁ ସୋଲ ସାହାଯ୍ୟରେ ପ୍ରସ୍ତୁତ କରି ଆକର୍ଷଣୀୟ ଢଙ୍ଗରେ ଜନସଚେତନତା ବାର୍ତ୍ତା ଦେଇଛନ୍ତି । ସ୍କୁଟି ସାହାଯ୍ୟରେ ପ୍ରସ୍ତୁତ କରୋନା ଭାଇରସ୍ ରଥ ପୁରୀରୁ ଭ୍ରମଣ ଆରମ୍ଭ କରି ବିଭିନ୍ନ ସ୍ଥାନ ବୁଲିବା ସହ ଆଜି ଦଶପଲ୍ଲା ସହରର ବିଭିନ୍ନ ବଜାର, ଛକମାନଙ୍କରେ ରହି ପହଂଚିଛି । ଏହାକୁ ଦେଖିବା ପାଇଁ ଛୁଆଙ୍କ ଠାରୁ ଛାତ୍ର, ବୟସ୍କମାନେ ବହୁତ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା । ପ୍ରମୋଦ ମୁଦୁଲି ନୟାଗଡ଼ ନିକଟସ୍ଥ ଭାଟସାହି ୟୁଜିଏମ୍ଇ ବିଦ୍ୟାଳୟର କଳା ଶିକ୍ଷକ ବୋଲି ଜଣାଯାଇଛି ।





