ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜହ୍ନିପଦା ପଂଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଓ ଜହ୍ନିପଦା ସଂଗରୋଧରୁ ୪୭ ଜଣ ପ୍ରବାସୀ ୧୪ ଦିନିଆ ସଂଗରୋଧ ଶେଷ କରି ଘରକୁ ଫେରିଥିବା ସରପଂଚ ପୁଷ୍ପଲତା ରାଉତରାୟ ସୂଚନା ଦେଇଛନ୍ତି । ଏହି ଅବସରରେ ସମାଜସେବୀ ଅରୁଣ ରାଉତରାୟ ଅନ୍ତେବାସୀମାନଙ୍କୁ ସାମାଜିକ ଦୂରତା ରକ୍ଷା ଏବଂ ଗୃହ ସଂଗରୋଧ ସୟରେ ବାହାରକୁ ନବାହରିବା ପ୍ରଭୃତି ପରାମର୍ଶ ଦେଇଥିଲେ । ଅନ୍ତେବାସୀମାନେ ୧୪ ଦିନ ମଧ୍ୟରେ ସେମାନଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ଓ ଖାଦ୍ୟ ପ୍ରେୟକୁ ନେଇ ଖୁସୀବ୍ୟକ୍ତ କରିଥିଲେ । ଏହି ବିଦାୟ ସମୟରେ ଆଶା ଟିକିନା ସ୍ୱାଇଁ, ଅଙ୍ଗନବାଡ଼ି ଶାନ୍ତିଲତା ସ୍ୱାଇଁ, ଶିକ୍ଷକ ନବକିଶୋର ବେହେରା, ଶ୍ରୀଧର ବେହେରା, ପଂଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ସେଠୀ ପ୍ରମୂଖ ଉପସ୍ଥିତ ଥିଲେ ।





