ସୋର, (ବାଘୁଆବାର୍ତ୍ତା): ସୋର ପୋଲିସକୁ ବଡ଼ ସଫଳତା। ୯ ଜଣ ଆନ୍ତଜିଲ୍ଲା ରାଜପଥ ଲୁଟେରାଙ୍କୁ ଗିରଫ କଲା ପୋଲିସ। ଲୁଟେରାଙ୍କ ପାଖରୁ ଗୋଟିଏ ପିସ୍ତଲ ୪ଟି ବାଇକ, ନଗଦ ୬୭୦ ଟଙ୍କା, ସହିତ ୧୮ଟି ସ୍ମାର୍ଟ ଫୋନ ଏବଂ ମାଣାଅସ୍ତ୍ର ଜବତ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ସିମୁଳିଆ ଖଇରା ଆଦି ଅଂଚଳରେ କିଛି ଦିନ ଧରି ଜାତୀୟ ରାଜପଥ ରାଜ ଚଳାଇଥିଲେ ଲୁଟେରା ଯାହା ପାଇଁ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଏନେଇ ସଦର ଏସଡିପିଓ ଶଶାଙ୍କ ଶେଖର ବେୱରା ଓ ସୋର ଆଇଆଇସି ସୁଜାତା ଖମାରୀ ମିଳିତ ଭାବେ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଛାନଭିନ କରିବା ପରେ ୯ ଲୁଟେରାଙ୍କୁ କାବୁ କରିଛନ୍ତି। ଲୁଟେରାଙ୍କୁ ଧରିବା ପରେ ଲୁଟେରା ମାନଙ୍କର ବାସୁଦେବପୁର, ଭଦ୍ରକ, ସିମୁଳିଆ, ଖଇରା ଓ ଆଗରପଡା ଆଦି ଥାନାରେ ୧୩ରୁ ଅଧିକ ମାମଲା ଗିରଫ ଅଭିଯୁକ୍ତମାନେ ବିଶେଷ କରି ଜାତୀୟ ରାଜପଥ ଯାଉଥିବା ପଥଚାରି ମାନଙ୍କୁ ଟାର୍ଗେଟ କରୁଥିଲେ ।





