ନୟାଗଡ଼, (ବାଘୁଆବାର୍ତ୍ତା) : ମହାବୀର ଉଠା ଦୋକାନୀ ସଂଘ ପକ୍ଷରୁ ସ୍ଥାନୀୟ ପଠାଣୀ ସାମନ୍ତ ଅଡିଟୋରିୟମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସମସ୍ୟା ନେଇ ଏହି ବୈଠକରେ ଆଲୋଚନା ହୋଇଥିବା ବେଳେ ଏଥିରେ ପ୍ରଶାନ୍ତ କୁମାର ଦାଶ ସଭାପତିତ୍ୱ କରିଥିଲେ । ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଓ ପୂର୍ବତନ କାଉନସିଂଲର ନେତ୍ରାନନ୍ଦ ସାହୁ ବୈଠଳରେ ଯୋଗ ଦେଇ ସଂଘକୁ ମଜବୁତ କରିବା ସହ ବିଭିନ୍ନ ସମସ୍ୟାର କିଭଳି ସମାଧାନ କରାଯିବ ସେ ନେଇ ଆଲୋଚନା କରିଥିଲେ । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଉଠା ଦୋକାନୀମାନଙ୍କୁ ନିଜ ପୂର୍ବ ସ୍ଥାନରେ ବ୍ୟବସାୟ କରିବାକୁ ଅନୁମତି ଦେଇଥିବାରୁ ବୈଠକରେ ଧନ୍ୟବାଦ ଦିଆଯାଇଥିଲା । ସଂଘ ସଂପାଦକ ଅଭିମନ୍ୟୁ ପ୍ରଧାନ ସଂଘ ରେଜିଷ୍ଟେସନ୍ ଏବଂ ନୂଆ ଚିଠା ପ୍ରସ୍ତୁତ କରି ପୈାର କାର୍ଯ୍ୟାଳୟରେ ଦାଖଲ କରିବାକୁ ପ୍ରସ୍ତାବ ଦେଇଥିଲେ । ଆଗାମୀ ଦିନରେ ଉଠାଦୋକାନୀଙ୍କ ସମସ୍ୟାକୁ ପ୍ରତିହତ କରିବା ପାଇଁ ସଂଘ କାର୍ଯ୍ୟ କରିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ଗହଣ କରାଯାଇଛି ।





