Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲି ସୁନା ଦେଇ ବ୍ୟାଙ୍କରୁ ନେଇଥିଲେ ଋଣ, ବଣିଆ ସମେତ ୧୧ ଗିରଫ

by ସଞ୍ଜୟ ସ୍ୱାଇଁ
July 8, 2023
in Crime, State
ନକଲି ସୁନା ଦେଇ ବ୍ୟାଙ୍କରୁ ନେଇଥିଲେ ଋଣ, ବଣିଆ ସମେତ ୧୧ ଗିରଫ
481
VIEWS
Share on FacebookShare on Twitter

ଗଜପତି, (ବାଘୁଆବାର୍ତ୍ତା): ନକଲି ସୁନା ଦେଇ ଋଣ ନେଇଥିବା ଅଭିଯୋଗରେ ପାରଳାଖେମୁଣ୍ଡି ପୁଲିସ୍ ୧୧ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି ଶ୍ରୀଧର ନଗର-୨ ର ବର୍ଷୀୟ ଏସ.ଦୁର୍ଗ। କଲ୍ୟାଣ କ୍ରିଷ୍ଣା, କାମ୍ପସାହିର ଜି.ଆନନ୍ଦ, ନଡ଼ିଆତୋଟା ସାହିର ମାଧବ ବାରିକ, ପ୍ରଦ୍ୟୁମ୍ନ ପ୍ରଧାନ, ବଡ଼ବ୍ରାହ୍ମଣ ସାହିର ଏସ.ଆଞ୍ଜୀ ରାଓ, ମାଟିଆ ସାହି ଏସ.ପ୍ରଭାକର ରାଓ ଆଚାରୀ, ପାଲଟିଆ ସାହିର ପ୍ରତ୍ୟୁଷ କୁମାର ଗମାଙ୍ଗ, ଗାରାବନ୍ଧ ଥାନା ଅନ୍ତର୍ଗତ ବଡକୋଉ ପି.ଜୟଦେବ, ଗୁରାଣ୍ଡି ଥାନା ଅନ୍ତର୍ଗତ ବାଟସିରିପୁରର ପି.ମୋହନ ରାଓ, କାଶୀନଗର ଥାନା ପୁରୁଟିଗୁଡାର ଜି.ଲୋକେଶ୍ବର ରାଓ, ବେତାଗୁଡାର ଜି.ବ୍ରାହ୍ମମ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି । ଏହି ଘଟଣା ଜଡ଼ିତ ଅନ୍ୟଜଣେ ମହିଳା ଅଭିଯୁକ୍ତ ଫେରାର୍ ଥିବାବେଳେ ତାଙ୍କୁ ଧରିବା ପାଇଁ ପ୍ରୟ।ସ ଜାରି ରହିଥିବା ସେ କହିଛନ୍ତି । ଶନିବାର ମଧ୍ୟାହ୍ନରେ ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ପାରଳାଖେମୁଣ୍ଡିସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଅନେକ ଲୋକ ସୁନା ବନ୍ଧକ ଦେଇ ଋଣ ନେଇଥିଲେ । ଏହି ବାବଦରେ ୩୬୨ଟି ପ୍ୟାକେଟ୍ ସୁନା ରହିଥିଲା । ହେଲେ ବ୍ୟାଙ୍କର ଅଡିଟ୍ ସମୟରେ ୨୧ଟି ପ୍ୟାକେଟରେ ନକଲି ସୁନା ଥିବା ଜଣାପଡ଼ିଥିଲା । ଏହି ନକଲି ସୁନା ଏହି ଘଟଣାରେ ଗିରଫ ହୋଇଥିବା ୧୦ଜଣ ଅଭିଯୁକ୍ତ ଦେଇଥିବା ଜଣାପଡ଼ିଥିଲା । ଏହାପରେ ବ୍ରହ୍ମପୁର ଆଞ୍ଚଳିକ ବ୍ୟାଙ୍କ ପରିଚାଳକ ପୁନଃ ଯାଞ୍ଚ କରିଥିଲେ । ଏହି ସମୟରେ ଏହି ୧୧ଜଣ ବ୍ୟକ୍ତି ନକଲି ସୁନା ଦେଇ ୨୭ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ନେଇଥିବା ଜଣାପଡ଼ିଥିଲା । ଫଳରେ ବ୍ୟାଙ୍କ ଶାଖା ପରିଚାଳକ ମନୋଜ କୁମାର ପାଲକା ଗତ ମେ ମାସ ୫ ତାରିଖରେ ପାରଳାଖେମୁଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଯେଉଁଥିରେ ୧୧ ଜଣ ଅଭିଯୁକ୍ତ ନକଲି ସୁନା ଦେଇଥିବା ବେଳେ ସେଗୁଡ଼ିକର ଯାଞ୍ଚ କରିଥିବା ବଣିଆ ମଧ୍ୟ ସେମାନଙ୍କୁ ଠକେଇରେ ସହଯୋଗ କରିଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ଘଟଣାରେ ଜଡ଼ିତ ୧୦ଜଣ ଋଣ ଗ୍ରହିତା ଏବଂ ସେମାନଙ୍କୁ ସହଯୋଗ କରିଥିବା ବଣିଆକୁ ପୁଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଜଣେ ମହିଳା ଋଣ ଗ୍ରହିତା ଫେରାର ରହିଛନ୍ତି । ତେଣୁ ତାଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ୍ କହିଛି । ଏନେଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!