ଟାଙ୍ଗୀ, (ବାଘୁଆବାର୍ତ୍ତା): ଗତ କାଲି ବିଳମ୍ବିତ ରାତିରେ କାଳୁପଡା ଘାଟ ଅଂଚଳକୁ ମୋରମ ହେଉଥିଲା ଚୋରା ଚାଲାଣ । ବାରମ୍ବାର ଛକି ରହୁଥିଲେ ମଧ୍ୟ୍ୟ ଧରିବାରେ ବିଫଳ ହେଉଥିଲେ ତହସିଲଦାର । ଗତ କାଲି ରାତିରେ ଛଦ୍ମ ବେଶରେ ଚଢାଉ କରିଥିଲେ ତହସିଲଦାରଙ୍କ ସହ କର୍ମଚାରୀ । ଚଢାଉ କରି ୫ ଟି.ମୋରମ ବୋଝେଇ ହାଇୱାକୁ ଜବତ କରିଛନ୍ତି ଟାଙ୍ଗୀ ତହସିଲଦାର । ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ବଡ ପୋଖରିଆରୁ କାଳୁପଡା ଘାଟକୁ ପ୍ରତି ରାତିରେ ଚାଲାଣ ହେଉଥିଲା ମୋରମ । ଜଙ୍କିଆ କଳାବତୀରୁ ପୋକଲିନ୍ ସହାୟତାରେ ବଡ ବଡ ଗାତ କରି ମୋରମ କରୁଥିଲେ ଚାଲାଣ । ଫଳରେ ସ୍ଥାନୀୟ ଲୋକେ ପଡୁଥିଲେ ଅସୁବିଧାରେ ।

ଏ ନେଇ ଲୋକେ ଅଭିଯୋଗ କରିବା ପରେ ଆକ୍ସନ ମୋଡ୍ କୁ ଆସିଥିଲେ ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ । ସେପଟେ ମୋରମ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ମାଫିଆ ମାନେ ପୋଲିସ୍ ଓ ପ୍ରଶାସନ ଆଖିରେ ଧୁଳି ଦେବା ପାଇଁ ତହସିଲ କାର୍ୟ୍ୟାଳୟ ଓ ଥାନା ସମ୍ମୁଖ ଦେଇ ବିଳମ୍ବିତ ରାତିରେ ଚାଲାଣ କରୁଥିଲେ ଶହ ଶହ ଟ୍ରକ୍ ହାଇୱା । ରାତି ସାରା ଚାଲୁଥିଲା ମୋରମ ଚୋରା ଚାଲାଣ । ଖବର ପାଇ ଟାଙ୍ଗୀ କାଳୁପଡା ଘାଟ ରାସ୍ତାରେ ଗତ କାଲି ରାତିରେ ଛକି ରହିଥିଲେ ତହସିଲଦାରଙ୍କ ସହ କର୍ମଚାରୀ । ଚଢାଉ କରି ଜବତ କରିଛନ୍ତି ୫ଟି ମୋରମ ବୋଝେଈ ହାଇୱା । ଜବତ କରି ତହସିଲ କାର୍ୟ୍ୟାଳୟ ପରିସରରେ ରଖିଛନ୍ତି ଚୋରା ମୋରମ ବୋଝେଇ ହାଇୱା । ଏ ନେଇ ତଦନ୍ତ କରୁଛନ୍ତି ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ । ଏଭଳି ଚଢାଉ ଫଳରେ ମାଫିଆ ମାନଙ୍କ.ମଧ୍ୟ୍ୟର ପଶିଛି ଛନକା ।





