ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କ୍ରମାଗତ ଭାବେ ପେଟ୍ରୋଲ ଡିଜେଲ ଦର ୪ର୍ଥ ଦିନ ପାଇଁ ବୃଦ୍ଧି ପାଇଛି। ଆଜି ୪ର୍ଥ ଦିନରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି। ଆଜିର ବର୍ଦ୍ଧିତ ଦର ପରେ ଚାରି ଦିନରେ ପେଟ୍ରୋଲ ଦର ଲିଟର ପିଛା (ଦିଲ୍ଲୀରେ)୨ ଟଙ୍କା ୧୪ ପଇସା ଏବଂ ଡିଜେଲ ଦର ୨ଟଙ୍କା ୨୩ ପଇସା ବୃଦ୍ଧି ପାଇଛି। ଏହା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୭୨.୪୬ ଟଙ୍କାରୁ ୭୩.୪୦ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛି ୭୦.୫୯ରୁ ୭୧.୬୨କୁ ବୃଦ୍ଧି ପାଇଛି। ଗୁରଗାଓଁରେ ପେଟ୍ରୋଲ ଦର ୭୨ଟଙ୍କା ୮୬ ଏବଂ ଡିଜେଲ ଦର ୬୪ଟଙ୍କା ୯୦ ପଇସା, ମୁମ୍ବାଇରେ ପେଟ୍ରୋଲ ୮୦.୪୦ ଏବଂ ଡିଜେଲ ଦର ୭୦.୩୫, ଚେନ୍ନାଇରେ ପେଟ୍ରୋଲ ୭୭.୪୩ ଏବଂ ଡିଜେଲ ଦର ୭୦.୧୩ ପଇସାରେ ପହଞ୍ଚିଛି। ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୭୬.୨୦ରେ ପହଞ୍ଚିଥିବାବେଳେ ଡିଜେଲ ଦର ୭୦, ବେଙ୍ଗାଲୁରରେ ପେଟ୍ରୋଲ ଦର ୭୫.୭୭ ଏବଂ ଡିଜେଲ ଦର ୬୮.୦୯ ପଇସାରେ ପହଞ୍ଚିଛି।






