Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଡିଲାନି ସେବା ଏସ୍କପ୍ରେସ, ଷ୍ଟେସନରେ ଚାପା ଉତ୍ତେଜନା

by ସଞ୍ଜୟ ସ୍ୱାଇଁ
July 6, 2023
in Feature News, Nayagarh
ଗଡିଲାନି ସେବା ଏସ୍କପ୍ରେସ, ଷ୍ଟେସନରେ ଚାପା ଉତ୍ତେଜନା
611
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଷ୍ଟେସନରେ ଆଜି ସକାଳୁ ଚାପା ଉତ୍ତେଜନା ଦେଖାଯାଇଛି। ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ଇଞ୍ଜିନ ବାରମ୍ଵାର ଅଚଳ ହେଉଥିବା ବେଳେ ଆଜି ସାଂଘାତିକ ସମସ୍ୟା ସୃଷ୍ଟି ହୋଇଛି। ଟ୍ରେନ ଷ୍ଟାର୍ଟ କରାଯିବା ପରେ ପ୍ରେସର୍ ନେଇ ନଥିଲା। ଲଗାତାର ଭାବେ ତିନି ମାସ ଧରି ଏଭଳି ସମସ୍ୟା ସୃଷ୍ଟି ହେଉଥିବା ବେଳେ ରେଳ ବିଭାଗ ଅପାରଗତା ଓ କର୍ମଚାରୀଙ୍କୁ ଦାୟୀ କରିଛନ୍ତି। ଶହ ଶହ ସଂଖ୍ୟାରେ ଯାତ୍ରୀ ହଇରାଣ ହୋଇଛନ୍ତି। ସକାଳ ୬ ଟା ୩୦ ରେ ଛାଡ଼ିବାକୁ ଥିବା ଟ୍ରେନ ୮ ଟା ପର୍ଯ୍ୟନ୍ତ ବାହାରି ନଥିବା ବେଳେ ନୂଆଗାଁ ପୁରୀ ଟ୍ରେନ ବିଳମ୍ବିତ ହୋଇଥିଲା। ପୁରୀ ଟ୍ରେନକୁ ୭ ଟାରେ ଯିବାକୁ ଥିବା ବେଳେ ୮ ଟାରେ ୨ ନମ୍ବର ଟ୍ରାକରେ ଛଡାଯିବା ପାଇଁ ବ୍ୟବସ୍ଥା ହୋଇଥିଲା। ଏଭଳି ସମସ୍ୟାକୁ ନେଇ ଶହ ଶହ ଯାତ୍ରୀ ଫେରି ଯାଇଥିବା ବେଳେ ଅନେକ ଯାତ୍ରୀ ଷ୍ଟେସନ୍ କାର୍ଯ୍ୟାଳୟରେ ହୋହାଲ କରିଥିଲେ। ଦୀର୍ଘ ସମୟ ଅଟକି ରହିଥିବା ଯାତ୍ରୀଙ୍କୁ ପୁରୀ ଟ୍ରେନ ଯୋଗେ ଖୋର୍ଦ୍ଧା ରୋଡ ଷ୍ଟେସନ୍ ପଠାଯାଇଥିଲା। ନୟାଗଡ଼ ଭୁବନେଶ୍ଵର ଓ ନୂଆଗାଁ ଭୁବନେଶ୍ୱର ଟ୍ରେନ ଇଞ୍ଜିନ ବାରମ୍ଵାର ଅଚଳ ହେଉଥିବା ବେଳେ ତୁରନ୍ତ ଏହାକୁ ବଦଳାଇଲେ ବଡ଼ ଧରଣ ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!