କନ୍ଧମାଳ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ରାଇକିଆ ରେଞ୍ଜ ବାରବା ସେକ୍ସନ ବାଦଗଡ଼ ଜଙ୍ଗଲରେ ଏକ କଲରା ପତରିଆ ବାଘ ଛୁଆକୁ ମାରି ମାଂସ ବାଣ୍ଟିଥିବା ଅଭିଯୋଗରେ ୧୧ ଅଭିଯୁକ୍ତ ଗିରଫ । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ରାଇକିଆ ବନ ବିଭାଗ । ଗତକାଲି ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ କଲରାପତରିଆ ବାଘକୁ ମାରି ୧୧ ଅଭିଯୁକ୍ତ ମାଂସ ଓ ଛାଲକୁ ନିଜ ଭିତରେ ଭାଗ ବାଣ୍ଟିଥିଲେ । କରଡ଼ା, ବାରବା ଓ ରାଇକିଆ ବନବିଭାଗ ମିଳିତ ଭାବେ ଜଙ୍ଗଲରେ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିଥିଲେ । ଅଭିଯୁକ୍ତମାନଙ୍କ ଠାରୁ ବାଘ ଛାଲ୍ , ମାଂସ ଏବଂ ନଖ ଜବତ କରାଯାଇଛି ।





