ନୟାଗଡ଼, (ବାଘୁଆବାର୍ତ୍ତା): ପୁରୀ ଜଗନ୍ନାଥଙ୍କ ପୂଜକ ଭଳି ଲକ୍ଡାଉନ୍ ସମୟରେ ମନ୍ଦିର ବନ୍ଦ ହେବା କାରଣରୁ ରୋଜଗାର ହରାଇଥିବା ନୀଳମାଧବ ପୂଜକଙ୍କ ପାଇଁ ସହାୟତା ପ୍ରଦାନ ପାଇଁ ଦାବି ହୋଇଥିଲା । ଯାହାକୁ ନେଇ ଏଣ୍ଡୋମେଣ୍ଟ କମିଶନଙ୍କ ନିର୍ଦ୍ଦେଶରେ ଦେବୋତ୍ତର ବିଭାଗ ପକ୍ଷରୁ ନୀଳମାଧବ ପୂଜକଙ୍କୁ ସହାୟତା ଦିଆଯିବାର ବ୍ୟବସ୍ଥା କରାଯାଇଛି । ବହୁ ପୂର୍ବରୁ ରହିଥିବା ୮ଟି ମୂଳ ପୂଜକ ପରିବାରଙ୍କୁ ୩୦ ହଜାର ଲେଖାଏଁ ସହାୟତା ବାବଦ ୨ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ସୂଚନା ଦେଇଛନ୍ତି ।





