ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରିବା ସମୟରେ ବ୍ରାଉନସୁଗାର ଜବତ କରିଛି । ଏଥି ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ଦୀର୍ଘ ଦିନ ପରେ ନୟାଗଡ଼ ଟାଉନ ଥାନା ପୋଲିସ ବ୍ରାଉନ ସୁଗାର ଜବତ କରିଛି । ନୟାଗଡ଼ ରେଲ୍ୱେଷ୍ଟେସନ ଠାରୁ ଆରମ୍ଭ କରି ସିନ୍ଦୁରିଆ ପର୍ଯ୍ୟନ୍ତ ଦିନ ରାତି ବ୍ରାଉନ ସୁଗାର ବେପାର ଚାଲିଥିବା ବେଳେ ଆଜି ଅଚାନକ ଟାଉନ ଥାନା ହାବୁଡରେ ପଡିଛନ୍ତି । ସୁଚନାନୁସାରେ ରେଲ୍ୱେଷ୍ଟେସନ ଛକ ଠାରେ ନୟାଗଡ଼ ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଜଣ ଯୁବକ ଏକ ବାଇକରେ ମାଡି ଆସୁଥିଲେ । ପୁଲିସ ଅଟକାଇବାରୁ ସେମାନେ ଦ୍ରୁତ ଗତିରେ ପଳେଇବାକୁ ଚେଷ୍ଟା କରୁଥିଲେ । ପୁଲିସର ସନ୍ଦେହ ହେବାରୁ ରତନପୁର ଛକଠାରେ ସେମାନଙ୍କୁ ଅଟକାଇଥିଲେ । ତାଙ୍କ ଠାରୁ ୫.୮୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏକ ବାଇକ ଜବତ କରିଛି । ନୟାଗଡ଼ ଟାଉନ ଥାନା ପକ୍ଷରୁ ୧୦୯/୨୩ ରେ ଏକ ମାମଲା ରୁଜୁ କରାଯାଇଛି । ଆସାମୀ ମାନଙ୍କ ପରିଚୟ ଦେବା ପାଇଁ ପୁଲିସ କୁନ୍ଥୁ କୁନ୍ଥୁ ହେଉଛି ।





