ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜେଲ ଅଧିକ୍ଷକଙ୍କୁ ମାଡ଼ ମାରି ଜେଲର ନିଲମ୍ବିତ। ଭୁବନେଶ୍ୱରରେ ଜାମୁଝରି ମୁକ୍ତାକାଶ ଜେଲରେ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଭାଙ୍ଗିଲେ ଜେଲର । ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ପିଟିଲେ । ଜେଲର କେଦାରନାଥ ବେହେରାଙ୍କୁ ନିଲମ୍ବିତ କଲା ଜେଲ ବିଭାଗ । ଥାନାରେ ମାମଲା ପରେ ଜେଲରଙ୍କୁ ନିଲମ୍ବିତ କରିଛନ୍ତି ଡିଜି। ସୋମବାର ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପରିସରରେ ସୁପରିଟେଣ୍ଡେଣ୍ଟ ଅଶୋକ ବେହେରାଙ୍କୁ ଆକ୍ରମଣ କରିଥିଲେ କେଦାରନାଥ । ଏହାସହ ଅଧିକ୍ଷକଙ୍କ ଚାମ୍ବରର କବାଟକୁ ବାଡେଇ ଭାଙ୍ଗି ଦେଇଥିଲେ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ଜେଲ ଅଧିକ୍ଷକ। ଜେଲର କେଦାରନାଥ ବେହେରା ତାଙ୍କ ଝିଅ ବାହାଘର ଭୋଜିକୁ ଭାରପ୍ରାପ୍ତ ଅଧିକ୍ଷକ ଅଶୋକ କୁମାର ବେହେରାଙ୍କୁ ନିମନ୍ତ୍ରଣ କରିଥିଲେ । ହେଲେ ଅଶୋକ କୁମାର ବିବାହ ଉତ୍ସବକୁ ଯାଇପାରିନଥିଲେ । ଏହାକୁ ନେଇ କେଦାରନାଥ ବେହେରା ନିଶାଶକ୍ତ ଅବସ୍ଥାରେ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ । କେଦାରନାଥଙ୍କ ବିରୋଧରେ ଜେଲ ଡିଜି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏହା ସହ ତାଙ୍କୁ କୋରାପୁଟ ସର୍କଲ ଜେଲକୁ ମଧ୍ୟ ବଦଳି ନିର୍ଦ୍ଦେଶ ଦେଇଛନ୍ତି ।





