Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ

by ସଞ୍ଜୟ ସ୍ୱାଇଁ
July 3, 2023
in Feature News
ପୂରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ
386
VIEWS
Share on FacebookShare on Twitter

ପୂରୀ, (ବାଘୁଆବାର୍ତ୍ତା): ଓଡିଶା ପୋଲିସର ଦକ୍ଷ ରଣନୀତି ତଥା ଦୂରଦୃଷ୍ଟି ଯୋଗୁଁ ଚଳିତବର୍ଷର ପୂରୀ ବିଶ୍ବ ପ୍ରସିଦ୍ଦ ଘୋଷଯାତ୍ରା ବେଶ ସୁରୁଖୁରୁରେ ସମ୍ପଣ୍ନ ହୋଇଯାଇଛି।ପ୍ରାୟ ୨୫ ରୁ ୩୦ଲକ୍ଷ ଲୋକକୁଂ ନେଇ ଅନୁଷ୍ଠିତ ଏହି ଯାତ୍ରାରେ ଆଇନଶୃଂଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ଗୁଳୁଗୁଳିରୁ ବଂଚିବା ପାଇଁ ପାଣି ସିଂଚନ ଠାରୁ ଆରମ୍ଭ କରି ଫାଷ୍ଟଏଡ ସେବା ସବୁଥିରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସ୍ବେଛାସେବୀ ନିଯୁକ୍ତ ହୋଇଥିଲେ।ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥକଂ ପ୍ରତି ସମର୍ପଣ ଭାବ ପୋଲିସ ବାହିନୀକୁ କାର‌୍ୟ୍ୟୁ କରିବାକୁ ଅଧିକ ଉତ୍ସାହ ଯୋଗାଇ ଥିଲା। ପୂର୍ବରୁ ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ରାଜ୍ୟ ସରକାର ମାନଂକ ପାଇଁ ଏକ ବଡ ପାଇଁ ଚ୍ୟାଲେଂଜ ହେଉଥିଲା।ଏପରିକି ଦଳଚକଟାରେ ଏକାଧିକ ଭକ୍ତ ମୃତ୍ୟୁବରଣ କରିବା ସହ ଅନେକ ଆହତ ଭଳି ଦୁଃଖଦ ଖବର ମଧ୍ୟ୍ୟ ସାମନା କୁ ଆସୁଥିଲା।ପ୍ରାକୃତିକ ଦୁର୍ବିପାକ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ବିଶ୍ବରେ ଏକ ରୋଲ ମଡେଲ ଭାବେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିପାରିଥିବା ବେଳେ ବିଶ୍ବପ୍ରସିଦ୍ଦ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ମଧ୍ୟ ରାଜ୍ୟ ପାଇଁ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି।ଖାସ କରି ସେଣ୍ଟ୍ରାଲ ରେଂଜ ଆଇଜି ଆଶିଷ ସିଂ ପୂର୍ବରୁ ପୂରୀର ଏସପି ଥିବା ବେଳେ ସହରର ଚ୍ୟାଲେଜିଂ ବିଷୟ ଗୁଡିକରେ ବେଶ ଭଲଭାବେ ଅବଗତ ଥିଲେ।ବର୍ତ୍ତମାନର ଏସପି କେ ଭିଶାଲ ସିଂକଂ ଲୋକ ସମ୍ପର୍କ ମଧ୍ୟ ଅତି ଉତ୍ତମ ରହିଥିବାରୁ ପୋଲିସିଂ ବ୍ୟବସ୍ଥାରେ କୌଣସି ତ୍ରୁଟି ବିଚ୍ୟୁତି ଦେଖା ଯାଇନଥିଲା,ସଫଳତା ଆଣି ଦେଇଥିଲା।ଏହି ସମୟରେ ଦେଶ ବିଦେଶରୁ ଅନେକ ଭିଆଇପି ସହରକୁ ଆସୁଥିବାରୁ ପୋଲିସ ପାଇଁ ଏହା ଭିନ୍ନ ଏକ ଚ୍ୟାଲେଂଜ ହୋଇଥାଏ।ଏହି ଚ୍ୟାଂଲେଜକୁ ପୋଲିସ ମଧ୍ୟ୍ୟ ଏକ ସୁଯୋଗରେ ପରିଣତ କରି ରାଜ୍ୟ ପାଇଁ ସୁନାମ ଆଣିଦେଇଛି ଓଡିଶା ପୋଲିସ।ଏହି ବିଶ୍ବ ଘୋଷଯାତ୍ରା ଅନ୍ୟ ଏକ ଦୃଷ୍ଟିରୁ ମଧ୍ୟ୍ୟ ବେଶ ଗୁରୁତ୍ବପୂଣ୍ନ ଥିଲା ।ସେବାୟତ ମାନଂକ ମଧ୍ୟ୍ୟରେ ଉତ୍ତମ ବୁଝାମଣା ତଥା ସମନ୍ବୟ ଯୋଗୁଁ ସମସ୍ତ ନୀତିକାନ୍ତି ନିର୍ଦ୍ଦାରିତ ସମୟ ମଧ୍ୟ୍ୟରେ ସମ୍ପଣ୍ନ ହୋଇଯାଇଥିଲା।ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ବ୍ୟକ୍ତିଗତ ଭାବେ ଏସବୁର ତଦାରଖ କରୁଥିଲେ।ମୋଟ ଉପରେ କହିବାକୁ ଗଲେ ଚଳିତ ବର୍ଷର ଘୋଷଯାତ୍ରା ରଥଯାତ୍ରା ଇତିହାସରେ ଏକ ମାଇଲ ଖୁଣ୍ଟ ଭାବେ ପରିଗଣିତ ହେବ।ଏହାକୁ ସୁଚାରୁ ରୂପେ ସମ୍ପଣ୍ନ କରିଥିବାରୁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀ ଅତିରିକ୍ତ ପୋଲିସ ଡିଜି ଆଇନ ଶୃଂଖଳା ସଂଜୟ କୁମାର,ଅତିରିକ୍ତ ପୋଲିସ ଡିଜି ତଥା ପରିବହନ ଆୟୂକ୍ତ ଅମିତାଭ ଠାକୁର,ସେଣ୍ଟ୍ରାଲ ରେଂଜ ଆଇଜି ଆଶିଷ ସିଂ,ଡିଆଇଜି ଅଖିଳେଶ୍ବର ସିଂ,ଡିଆଇଜି ତଥା ଅତିରିକ୍ତ ପୋଲିସ କମିଶନର ଉମାଶଂକର ଦାସ,ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୂରୀ ଏସପି କେ ଭିଶାଲ ସିଂ ଏବେ ପ୍ରସଂଶାର ପାତ୍ର ହୋଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!