Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଷୀ କିଣିବେ ହେଲିକପ୍ଟର

by ସଞ୍ଜୟ ସ୍ୱାଇଁ
July 2, 2023
in Feature News, NATIONAL NEWS
ଚାଷୀ କିଣିବେ ହେଲିକପ୍ଟର
163
VIEWS
Share on FacebookShare on Twitter

କୋଣ୍ଡାଗାଁ, (ବାଘୁଆବାର୍ତ୍ତା): ଫସଲ ଦେଖାରଖା କରିବା ପାଇଁ ଚାଷୀ କିଣିବେ ହେଲିକପ୍ଟର। ଛତିଶଗଡ଼ର ବସ୍ତରରେ ସଫେଦ ମୁସଲି ଓ ଗୋଲମରିଚ ଚାଷ କରୁଥିବା କରୁଥିବା ଜଣେ ଚାଷୀ ହେଲିକପ୍ଟର କିଣିବାକୁ ଯାଉଥିବାରୁ ଏହାକୁ ନେଇ ସବୁଠି ବେଶ ଚର୍ଚ୍ଚା। ଏହି ଚାଷୀଙ୍କ ନାମ ଡା. ରାଜାରାମ ତ୍ରିପାଠୀ। ସେ ୪ ଥର ସର୍ବଶ୍ରେଷ୍ଠ ଚାଷୀ ପୁରସ୍କାର ପାଇ ସାରିଲେଣି। ସେ ବସ୍ତରର କୋଣ୍ଡାଗାଁ ଓ ଜଗଦଲପୁରରେ ଏହି ଚାଷ କରୁଛନ୍ତି। ତାଙ୍କ ପୂରା ପରିବାର ଏହି ଚାଷର ଦେଖାରଖା କାର‌୍ୟ୍ୟରେ ନିୟୋଜିତ। ସେ ଏହି ଫସଲରୁ ପାଇଥିବା ଲାଭରୁ ୭ କୋଟି ଟଙ୍କା ଖର୍ଚ୍ଚ କରି ନୂଆ ହେଲିକପ୍ଟର କିଣିବାକୁ ଯାଉଛନ୍ତି। ହଲାଣ୍ଡର ରାମ୍ୱିସନ୍ କମ୍ପାନୀ ସହ ସେ ଏଥିପାଇଁ ଡିଲ ମଧ୍ୟ କରିଛନ୍ତି। ଆର-୪୪ ମଡେଲର ୪ ସିଟ୍ ଥିବା ହେଲିକପ୍ଟର ଚାଷର ଦେଖାରଖା ଓ ଅନ୍ୟ କାର‌୍ୟ୍ୟରେ ବ୍ୟବହାର ହେବ। ବିଶେଷ ଜ୍ଞାନକୌଶଳରେ ନିର୍ମିତ ଏହି ଉଡନ୍ତା ବିମାନ ଦେଢ଼ରୁ ୨ ବର୍ଷ ଭିତରେ ବସ୍ତରରେ ପହଞ୍ଚିବ। ଡା. ତ୍ରିପାଠୀ ଏବେ ବାର୍ଷିକ ୨୫ କୋଟି ଟଙ୍କା ଆୟ କରୁଥିବା ବସ୍ତରର ମା’ ଦନ୍ତେଶ୍ୱରୀ ହରର୍ବଲ ସମ୍ମୁହର ସିଇଓ ଅଛନ୍ତି। ୪୦୦ ଆଦିବାସୀ ପରିବାର ସହ ମିଶି ପ୍ରାୟ ୧ ହଜାର ଏକର ଜମିରେ ଚାଷ କରୁଛନ୍ତି। ଏହି ସଂଗଠନ ୟୁରୋପ ଓ ଆମେରିକାକୁ ଗୋଲମରିଚ ରପ୍ତାନୀ କରୁଛନ୍ତି। କୋଣ୍ଡାଗାଁରେ ରହୁଥିବା ଡା. ତ୍ରିପାଠୀ ସଫେଦ ମୁସଲି ଓ ଜୈବିକ ଚାଷ ନିମନ୍ତେ ମଧ୍ୟ ବେଶ ପରିଚିତ। ସେ ଆଷ୍ଟ୍ରଲିଆ ଢାଞ୍ଚାରେ ଗ୍ରୀନ୍ ହାଉସ୍ ଟେକ୍‌ନିକ ବ୍ୟବହାର କରି ଗୋଲମରିଚ ଚାଷ କରୁଛନ୍ତି। ଯେଉଁଠାରୁ ୪୦ ବର୍ଷ ପର‌୍ୟ୍ୟନ୍ତ ପ୍ରତି ଏକର ଜମିରୁ କୋଟିରୁ ଅଧିକ ଟଙ୍କା ଆୟ ହୋଇପାରିବ। ସେ କୃଷି ମନ୍ତ୍ରଣାଳୟ ଓ ଭାରତୀୟ କୃଷି ଏବଂ ଖାଦ୍ୟ ପରିଷଦ ପକ୍ଷରୁ ୩ ଥର ସର୍ବଶ୍ରେଷ୍ଠ ଚାଷୀ ଏବଂ ଜାତୀୟ ଉଦ୍ୟାନ କୃଷି ବୋର୍ଡ ପକ୍ଷରୁ ଥରେ ସର୍ବଶ୍ରେଷ୍ଠ ରପ୍ତାନୀକାରୀ ପୁରସ୍କାର ପାଇସାରିଛି। ସେ ଏଭଳି ଜଣେ ଚାଷୀ ହେବାକୁ ଯାଉଛନ୍ତି, ଯାହାଙ୍କ ପାଖରେ ନିଜର ହେଲିକପ୍ଟର ଥିବ। ଡା. ତ୍ରିପାଠୀ କହିଛନ୍ତି, ଜର୍ମାନ ଓ ଇଂଲଣ୍ଡକୁ କୃଷି ପରିଦର୍ଶନରେ ଯାଇଥିବା ବେଳେ ସେଠାରେ ହେଲିକପ୍ଟର ବ୍ୟବହାର କରାଯାଇ ଚାଷ ହେଉଥିବା ଦେଖିବାକୁ ପାଇଥିଲେ। ତେଣୁ ସେ ତାଙ୍କ ସଂଗଠନ ସହ ମିଶି ୧ ହଜାର ଏକର ଜମିରେ କରୁଥିବା ଚାଷ କାମରେ ହେଲିକପ୍ଟର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ହେଲିକପ୍ଟରରେ ମେସିନ୍ ବ୍ୟବହାର ହୋଇପାରିବ। ଚାଷ ଜମିରେ ସାର ଓ କୀଟନାଶକ ପ୍ରୟୋଗ ବେଳେ ଅନେକ ସ୍ଥାନରେ ଏହା ପଡ଼ିପାରେନି। ତେଣୁ ରୋଗ, ପୋକ ଦେଖାଦିଏ। ହେଲିକପ୍ଟର ଦ୍ୱାରା ସାର କିଟନାଶକ ପକାଗଲେ ଏହା ଉତ୍ପାଦନ ବଢ଼ାଇବାରେ ସଫଳ ହେବ। ଏହାଛଡ଼ା ଚାଷୀଙ୍କୁ ମଧ୍ୟ ଏହାର ଫାଇଦା ମିଳିବ। ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲାର ଡା. ତ୍ରିପାଠୀଙ୍କ ଦାଦା ଶମ୍ଭୁନାଥ ତ୍ରିପାଠୀ ୭୦ ବର୍ଷ ପୂର୍ବେ ଛତିଶଗଡ଼ର(ଏବେ ମଧ୍ୟପ୍ରଦେଶ)ର ଦରଭା ଘାଟିର କକନାର ଅଞ୍ଚଳରେ ଚାଷ କରୁଥିଲେ। ଯେତେବେଳେଙ୍କ ତାଙ୍କ ବାପା ଜଗଦୀଶ ଶିକ୍ଷକ ଥିଲେ। ଜଗଦଲପୁରରେ କଲେଜ ପାଠପଢ଼ା ସାରିବା ପରେ ଡା. ତ୍ରିପାଠୀଙ୍କୁ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ପ୍ରୋବେସନର ଅଧିକାରୀ(ପିଓ) ଭାବେ କୋଣ୍ଡାଗାଁ ଶାଖାରେ ନିଯୁକ୍ତି ମିଳିଥିଲା। ୧୯୯୬ ମସିହାରେ ସେଠାରେ ସେ ୫ ଏକର ଜମିରେ ପରିବା ଚାଷ ଆରମ୍ଭ କରିବା ପରେ ମୁସଲି ଓ ଅଶ୍ୱଗନ୍ଧା ଚାଷ କରି ବେଶ ଲାଭବାନ ହୋଇପାରିଥିଲେ। ପରେ ସେ ବ୍ୟାଙ୍କ୍ ଚାକିରି ଛାଡ଼ି ଦେଇଥିଲେ। ୨୦୦୨ ମଦହାରେ ସଫେଦ୍ ମୁସଲି ଦାମ୍ ଖସିବା ଯୋଗୁ ସେ କ୍ଷତି ମଧ୍ୟ ସହିଥିଲେ। ହେଲେ ସେ ହାରିଯାଇ ନ ଥିଲେ। ଚାଷରେ ସଫଳତା ପାଇଁ ସେ ବିଭିନ୍ନ ପ୍ରକାର ଚାଷ କରିଥିଲେ। ୨୦୧୬ରେ ସେ ଅଷ୍ଟ୍ରେଲିଆ ଢାଞ୍ଚାରେ ଚାଷ କରି ବେଶ ଲାଭବାନ ହୋଇପାରିଥିଲେ। ଏବେ କୋଣ୍ଡାଗାଁ ଓ ଜଗଦଲପୁରର ଥିବା ହଜାର ଏକର ଜମିରେ ସେ ସଫେଦ ମୁସଲି, ଗୋଲମରିଚ ପ୍ରଭୃତି ଚାଷ କରୁଛନ୍ତି। ହେଲିକପ୍ଟର ପହଞ୍ଚିବା ପୂର୍ବରୁ ଡା. ତ୍ରିପାଠୀ, ତାଙ୍କ ପୁଅ ଓ ସାନ ଭାଇ ସହ ହେଲିକ୍ଟର ଚଳାଇବା ତାଲିମ ନେବା ପାଇଁ ଖୁବ୍‌ଶୀଘ୍ର ଉଜ୍ଜୟିନୀ ପ୍ରଶିକ୍ଷଣ କେନ୍ଦ୍ରକୁ ଯିବେ ବୋଲି ସୂଚନା ଦେଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!