Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହୀରା ବ୍ୟବସାୟୀଙ୍କ ଘରେ ପଶିଲା ସିବିଆଇ

by ସଞ୍ଜୟ ସ୍ୱାଇଁ
July 2, 2023
in Crime, State
ହୀରା ବ୍ୟବସାୟୀଙ୍କ ଘରେ ପଶିଲା ସିବିଆଇ
135
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଠକେଇ କରିବା ମହଙ୍ଗା ପଡ଼ିଲା। ବିଜନେସ୍ ନାଁରେ ବ୍ୟାଙ୍କରୁ ୬ କୋଟି ଲୋନ୍ କରି ତାହାକୁ ଚଳୁ କରି ଦେବା ଏବେ ହୀରା ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଫଳରେ କାଲିଠୁ ଘରେ ପଶି ଘାଣ୍ଟୁଛି ସିବିଆଇ । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏହି ଠକେଇ କରିଥିବା କୋଟିପତି ବିଜନେସମ୍ୟାନଜଣକ ହେଊଛନ୍ତି ଦ୍ୱାରିକାନାଥ ପାତ୍ର । ଦ୍ୱାରିକାନାଥ ପାତ୍ର ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ସେ ହୀରା, ସୁନା ବ୍ୟବସାୟ କରିଥାନ୍ତି। ନିଜ ବ୍ୟବସାୟ ନିମନ୍ତେ ସେ ୨୦୧୩ ମସିହାରେ ଆହ୍ଲାବାଦ ବ୍ୟାଙ୍କରୁ ୬ କୋଟି ଟଙ୍କା ଲୋନ୍ ନେଇଥିଲେ। ପରେ ଆହ୍ଲାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କରେ ମିଶି ଯାଇଥିଲା। ଯେଉଁ ବିଜନେସ ନାଁରେ ଲୋନ୍ କରିଥିଲେ,ସେ ଉକ୍ତ ବିଜନେସ କରି ନ ଥିବା ବେଳେ ବ୍ୟାଙ୍କକୁ ଲୋନ୍ ଶୁଝି ନ ଥିଲେ। ଫଳରେ ସୁଧ ମିଶି ଏହି ଲୋନ୍ ଟଙ୍କା ଏବେ ୭ କୋଟିକୁ ବୃଦ୍ଧି ପାଇଛି। ଏନେଇ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଜୋନାଲ ମ୍ୟାନେଜର ଦିଲ୍ଲୀ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଦିଲ୍ଲୀ ସିବିଆଇ ଭୁବନେଶ୍ୱର ସିବିଆଇକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ଗତକାଲିଠୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦ୍ୱାରିକାନାଥ ପାତ୍ରଙ୍କ ସମେତ ୬ ଜଣଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଠକେଇ ମାମଲା ରୁଜୁ କରିଛି ସିବିଆଇ। ଏହି ଘଟଣାରେ ସହିଦ ନଗର ଅଫିସ ଓ ଲକ୍ଷ୍ମୀ ସାଗର ଘର ଉପରେ ଗତକାଲିଠୁ ସିବିଆଇ ଚଢ଼ାଉ ଜାରି ରହିଛି। ଏ ନେଇ ଦ୍ୱାରିକା ନାଥ ପାତ୍ରଙ୍କ ସମେତ ପତ୍ନୀ ପୁଷ୍ପାଞ୍ଜଳି ପାତ୍ର, ପୁଅ ଉମାଶଙ୍କର ପାତ୍ର, ବୋହୂ ଶୁଭଶ୍ରୀ ପାତ୍ର, ଝିଅ ବିକିଶ୍ୟ ପାତ୍ର ଓ ପବ୍ଲିକ ସରଭ୍ୟାଣ୍ଟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!