ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାକିସ୍ତାନରେ ଓଡ଼ିଶାର ସିମକାର୍ଡ ଅପରେଟ ଘଟଣାରେ ପୁଣି ଜଣେ ଗିରଫ । ଓଟିପି ସେୟାର ଘଟଣାରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ପୁଣେରୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ଅଭିଯୁକ୍ତକୁ ୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି ଏସଟିଏଫ । ଅଭିଯୁକ୍ତ ଜଣଙ୍କ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ । ପାକିସ୍ତାନର କିଛି ଗୁଇନ୍ଦା ଏଜେଣ୍ଟଙ୍କ ସହ ତାଙ୍କ ସମ୍ପର୍କ ଥିଲା । ପାକିସ୍ତାନର ସଏଦ ଡାନିସ୍ ଅଲ୍ଲୀ ସହ ତାର ଲିଙ୍କ ଥିଲା । ସେ ନିଜକୁ ଆମେରିକାରେ ଥିବା ଟେକ୍ନନୋଲୋଜି କମ୍ପାନୀ ଟେଗରେ ଫ୍ରିଲାନ୍ସର ଭାବେ କାମ କରୁଥିବା କହିଥିଲା । ଡାନିସକୁ ୟୁଜର ଆଇଡି ଓ ପାସୱାର୍ଡ ଦେଇଥିଲା ଅଭିଜିତ । ୭ ଜଣ ପାକିସ୍ଥାନ ଓ ୧୦ ଜଣ ନାଇଜେରିଆନ ବ୍ୟକ୍ତିଙ୍କୁ ମେସେଜ ଦେଉଥିଲା ଅଭିଯୁକ୍ତ । ପୂର୍ବରୁ ଏହି କେସରେ ୫ ଜଣଙ୍କୁ ଗିରଫ କରାଯାଇଛି । ଡାନିସ ଅଭିଯୁକ୍ତ ପରିଚୟରେ ଚେକର୍ ବିଭିନ୍ନ ଟେକ୍ନିକାଲ ସମସ୍ୟାର ସମାଧାନ କରୁଥିଲା । ଚେକ୍ ର ପାଉଣା ଡାନିସ ପରିବର୍ତ୍ତେ ଅଭିଜିତ ପାଖକୁ ଆସୁଥିଲା । ଏହାର ପ୍ରତିବାଦରେ ଦାନିସ ପାଇଁ ଭାରତରେ କାମ କରୁଥିଲା ଅଭିଜିତ ।





