Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୨ ବର୍ଷରେ ସାଧୁ ବେଶରେ, ଥିଲେ ମୋଷ୍ଟ ୱାଣ୍ଟେଡ୍‌, ଶେଷରେ ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
July 1, 2023
in Crime, State
୨୨ ବର୍ଷରେ ସାଧୁ ବେଶରେ, ଥିଲେ ମୋଷ୍ଟ ୱାଣ୍ଟେଡ୍‌, ଶେଷରେ ବାନ୍ଧିଲା ପୁଲିସ
296
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଲମ୍ବା ଦାଢି, ମୁଣ୍ଡରେ ଜଟା, ଦେହରେ ଗେରୁଆ, ପୁରା ଜଣେ ସାଧୁ । ହେଲେ ଏ ସାଧୁ ବେଶ ପଛରେ ଲୁଚିଥିଲା ଜଣେ ୱାଣ୍ଟେଡ୍ ଅପରାଧୀ । ପୁରୁଣା ମାମଲାର ଦାଗିଙ୍କୁ ଖୋଜୁ ଖୋଜୁ ୨୩ ବର୍ଷ ପରେ ଏହି ଅପରାଧୀଙ୍କୁ ମାଡି ବସିଲା ପୁଲିସ । ହେଲେ ସାଧୁବେଶଧାରୀ ଅପରାଧୀକୁ ଧରିବାକୁ ପୁଲିସକୁ ବି ଅନେକ କସରତ୍୍ କରିବାକୁ ପଡିଥିଲା । ପୁଲିସର ତଥ୍ୟ ମୁତାବକ, ଅପରାଧୀ ଜଣକ ହେଉଛୀ ରାକେଶ ପଣ୍ଡା । ସେ ଓଡିଶାର ଗଞ୍ଜାମ ଜିଲ୍ଲା ବାସିନ୍ଦା । ହେଲେ କାମ ସନ୍ଧାନରେ ସୁରତ ଆସି ସେଠିକାର ଶାନ୍ତିନଗର ସୋସାଇଟିରେ ଭଡାରେ ରହୁଥିଲା । ସେଠାରେ ତାର ପାଖ ଘରେ ରହୁଥିବା ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା । ହେଲେ ଶାନ୍ତିଦାସ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ମହିଳାଙ୍କ ଘରକୁ ଅନେକ ସମୟରେ ଯିବା ଆସିବା କରୁଥିଲା । ଏହାକୁ ପସନ୍ଦ କରୁନଥିଲା ରାକେଶ ପଣ୍ଡା । ତେଣୁ ନିଜ ବନ୍ଧୁ ମାନଙ୍କ ସହ ମିଶି ଶାନ୍ତିଦାସକୁ ପ୍ରଥମେ ଅପହରଣ କରିନେଇ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ନାଳରେ ଭସାଇଦେଇ ଫେରାର ହୋଇଯାଇଥିଲା । ଏହି ଘଟିଥିଲା ୨୦୦୧ ରେ । ଘଟଣାକୁ ୨୩ ବର୍ଷ ହେଲାଣି । ହତ୍ୟା ପରେ ହତ୍ୟାକାରୀ ରାକେଶ ମଥୁରା ପଳାଇଥିଲା । ସେଠାରେ ବେଶ ବଦଳାଇ ଏକ ଆଶ୍ରମରେ ସାଧୁ ଭାବେ ରହିଆସୁଥିଲା । ହେଲେ ଏହା ମଧ୍ୟରେ ପୁରୁଣା ଅପରାଧର ଫାଇଲ ଖୋଲିଥିଲା ପୁଲିସ । ସବୁ ଅପରାଧୀଙ୍କ ତାଲିକା ବନାଇ ସେମାନଙ୍କୁ ଗିରଫ କରିବାକୁ ଅଭିଯାନ ଆରମ୍ଭ କରିଥିଲା । ଏହା ଭିତରେ ଥିଲା ରାକେଶ ପଣ୍ଡାର ନାଁ । ସେମାନଙ୍କୁ ଧରିବାକୁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ରାକେଶ ଉପରେ ମଧ୍ୟ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ରାକେଶକୁ ଧରିବାକୁ ପୁଲିସକୁ ବି ଭାରି କସରତ୍ କରିବାକୁ ପଡିଛି । ଛଦ୍ମ ବେଶ ଧରିଥିବା ରାକେଶକୁ ଧରିବାକୁ ପୁଲିସକୁ ବି କେବେ ସାଧୁ କେବେ ଶ୍ରଦ୍ଧାଳୁଙ୍କ ବେଶ ଧରିବାକୁ ପଡିଛି । ଶେଷରେ ପୁଲିସ ହାତରେ ଧରାପଡିଛି ହତ୍ୟାକାରି ରାକେଶ ପଣ୍ଡା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!