କଲରାପତରିଆ ୨ ବାଘ ଓ ହରିଣ ଛାଲ ଜବତ
ଭୂବନେଶ୍ୱର, (ବାଘୁଆବାର୍ତ୍ତା) : କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ ନୟାଗଡ଼ ଜିଲ୍ଲା ଗଣିଆ ଓ ଦଶପଲ୍ଲା ଅଂଚଳର ଦୁଇ ଶୀକାରିଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ୨ଟି ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳରୁ ଦୁଇଦିନ ତଳେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ ଚଢ଼ାଉ କରି ଦୁଇ ଶୀକାରିଙ୍କୁ ନେଇଥିଲା । ଅନ୍ୟପକ୍ଷେ, ଦଶପଲ୍ଲା ସାକେଣୀ ସେସ୍କନ ପୋଖରୀଗୋଚ୍ଛା ଓ ଲେମ୍ବୁଗୋଚ୍ଛା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବାଘଙ୍କ ଚଳପ୍ରଚଳ ସ୍ପଷ୍ଟ ହୋଇଛି । ଏହି ଅଂଚଳରେ ବାଘଙ୍କ ପାଦ ଚିହ୍ନ ଠାବ କରାଯାଇଥିବା ବନବିଭାଗ ସ୍ପଷ୍ଟ କରିଛି । ଯାହାକୁ ନେଇ ଜିଲ୍ଲାରେ ଅବାଧ ଶୀକାର ଚାଲିଥିବା ଆଲୋଚନା ହେଉଛି ।






