ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ପୁଲିସ ବିଭାଗରେ ଆଜି ଏକ ଅଦଳବଦଳ କରାଯାଇଛି । ଫଳରେ ରାଜ୍ୟ କ୍ରାଇମବ୍ରାଞ୍ଚରେ କାର୍ଯ୍ୟରତ ମହିଳା ଇନସ୍ପେକ୍ଟର ପ୍ରଜ୍ଞା ପାରମିତା ଜେନାଙ୍କୁ ନୟାଗଡ଼ ଜିଲ୍ଲାକୁ ବଦଳି କରାଯାଇଥିବା ଜଣାଯାଇଛି । ସେହିଭଳି ଅନ୍ୟ ଏକ ନିର୍ଦ୍ଦେଶନାମାରେ ଆଜି ଅନେକ ଏସ୍ଆଇଙ୍କୁ ପଦୋନ୍ନତୀ ଦିଆଯାଇଛି । ଏହି ନିର୍ଦ୍ଦେଶନାମରେ ନୟାଗଡ଼ ସଦରଥାନାରେ କାର୍ଯ୍ୟରତ ରିନାରାଣୀ ସାହୁଙ୍କୁ ଇନସ୍ପେକ୍ଟର ଭାବେ ପଦୋନ୍ନତୀ ଦିଆଯାଇଛି । ସେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରିବେ ବୋଲି ଜଣାଯାଇଛି । ଏହା ସହିତ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଏସ୍ଆଇ ରଂଜନ କୁମାର ଭୁୟାଁଙ୍କୁ ପଦୋନ୍ନତୀ ମିଳିଥିବା ବେଳେ ତାଙ୍କୁ ମାଲକାନ୍ଗିରି ଜିଲ୍ଲାକୁ ବଦଳି କରାଯାଇଛି ।






