ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ । ପୂର୍ବତନ ଡିଏସଡବ୍ଲୁଓ ଜୟନ୍ତୀ ବେହେରା । ଜୟନ୍ତୀ ବେହେରାଙ୍କ ଘର ଅଫିସ ସମେତ ୧୧ଟି ସ୍ଥାନରେ ଚଢାଉ । ବାଲେଶ୍ୱର, ଭଦ୍ରକ ଓ ଭୁବନେଶ୍ୱରର ୧୧ଟି ସ୍ଥାନରେ ଚଢାଉ ହୋଇଛି । ଗତ ୫ ଦିନ ହେଲା ଜୟନ୍ତୀ ବେହେରା ଭୁବନେଶ୍ବରକୁ ବଦଳି ହୋଇ ଆସିଥିବା ସୂଚନା । ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଏହା ଚଢାଉ ହୋଇଥିବା ଜଣାପଡିଛି । ତେବେ ଚଢାଉରେ କେତେ କଣ ସମ୍ପତ୍ତି ଜବତ ହୋଇଛି ତାହା ଜଣାପଡିନି । ଚଢାଉ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି ।





