ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ବିଶ୍ବ ପରିବେଶ ଦିବସ ଅବସରରେ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସର୍କିଟ୍ ହାଉସ୍ ନିକଟରେ ଗଢ଼ି ଉଠିଥିବା ଭାରତ ବିକାଶ ପରିଷଦର ନିଜସ୍ବ ଭବନ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଉଳ, ଚମ୍ପା, ପିଜୁଳି, ବେଲ ଆଦି ଗଛ ଗୁଡିଏ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶାଖା ଅଧ୍ଯକ୍ଷ ବିଦ୍ଯାଧର ଆଚାର୍ଯ୍ୟ, ସଚିବ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ ଚନ୍ଦ୍ର ସାହୁ ଏବଂ ଓଡ଼ିଶା, ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ବିହାର ଆଦି ୪ଟି ରାଜ୍ଯକୁ ନେଇ ଗଠିତ ପୂର୍ବକ୍ଷେତ୍ରର କ୍ଷେତ୍ରୀୟ ସଂପାଦକ ଶ୍ରୀଧର ସାହୁ ଯୋଗଦେଇଥିଲାବେଳେ ବରିଷ୍ଠ ସଦସ୍ଯ ପ୍ରଫେସର ହରପ୍ରସାଦ ମହାପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅନାଦିଚରଣ ମହାନ୍ତି, ପ୍ରଫୁଲ୍ଲ କୁମାର ନାୟକ, ସୌଦାମିନୀ ସ୍ବାଇଁ, କାମାକ୍ଷା ପ୍ରସାଦ ଦାସ ଆଦି ବହୁ ସଭ୍ଯ ଯୋଗଦେଇ ଥିଲେ।






