ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଲୁଚି ଲୁଚି ଅଶ୍ଳିଳ ଭିଡିଓ ସୁଟିଂ କରିବା ପଡ଼ିଲା ମହଙ୍ଗା। ଲେଡିଜ ହଷ୍ଟେଲ ବାଥରୁମରେ ଭିଡିଓ ସୁଟ କରି ଯୁବକ ଗିରଫ। ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ପୋଲିସ। ଅଭିଯୁକ୍ତ ହେଲା ନାଁ ଦେବବ୍ରତ ମହାନ୍ତି। ସେ ପୁରୀର ବାସିନ୍ଦା। ଦୀର୍ଘ ଏକ ବର୍ଷ ହେଲା ସେ ଏପରି ଘୃଣ୍ୟ କାମ କରୁଥିଲା। ଲୁଚି ଛପି ସୁଟିଂ କରିବା ପରେ ତାକୁ ଲାପଟପରେ ସେଭ କରି ରଖୁଥିଲା। ପୋଲିସ ଅଭିଯୁକ୍ତ ଠାରୁ ଲାପଟପ, ସ୍ମାର୍ଟ ଫୋନ ଜବତ କରିଛି। ସୂଚନାଥାଉକି ଆଇଟିଇଆର୍ କଲେଜ୍ ପାଖ ଜଗମୋହନ ନଗର ଅଞ୍ଚଳରେ ଏହି ଲେଡିଜ ହଷ୍ଟେଲ ରହିଛି। ଅଭିଯୁକ୍ତର ବାପା ସେହି ଲେଡିଜ ହଷ୍ଟେଲରେ କେୟାର ଟେକର ଭାବେ କାମ କରୁଥିବା ଜଣାପଡ଼ିଛି।





