Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଙ୍ଗନୱାଡି ଦିଦି ପ୍ରେମିକ ସହ ମିଶି ସ୍ୱାମୀକୁ ନିଶା ଦେଇ ନିର୍ଦ୍ଧୁମ ମାଡ଼, ବନ୍ଧା ହେଲେ ଦିଦି, ପ୍ରେମିକ ଫେରାର

by ସଞ୍ଜୟ ସ୍ୱାଇଁ
June 19, 2023
in Crime, State
ଅଙ୍ଗନୱାଡି ଦିଦି ପ୍ରେମିକ ସହ ମିଶି ସ୍ୱାମୀକୁ ନିଶା ଦେଇ ନିର୍ଦ୍ଧୁମ ମାଡ଼, ବନ୍ଧା ହେଲେ ଦିଦି, ପ୍ରେମିକ ଫେରାର
316
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ପରକିୟା ପ୍ରୀତିର କରୁଣ ପରିଣତି। ସ୍ୱାମୀକୁ ନିଶାଦେଇ ଘର ଭିତରେ ବାନ୍ଧି ରଖିଲା, ପ୍ରେମିକ ସହ ମିଶି ନିର୍ଦ୍ଧୁମ ଛେଚିଲା ସ୍ତ୍ରୀ । ଶେଷରେ ଦରମରା ଅବସ୍ଥାରେ ସୁଯୋଗ ଦେଖି ଘରୁ ଚମ୍ଫଟ ମାରି ଥାନାରେ ପହଞ୍ଚିଗଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବଡକଇଁଚି ନିକଟ ବାଲିସାହି ଗାଁରେ। ମିଳିଥିବା ଖବର ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡକଇଁଚି ନିକଟ ବାଲିସାହି ଗାଁର ଅମୂଲ୍ୟ କୁମାର ଗୁରୁ । ଯିଏକି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ଗତ ୨୦୦୦ ମସିହାରେ ଅମୂଲ୍ୟ ଧାମନଗର ନିକଟ କଲ୍ୟାଣୀ ଗାଁର ଗୋକୁଳି ଦାସଙ୍କ ଝିଅ ବିଜୟଲକ୍ଷ୍ମୀ ଦାସଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ଆରାମରେ ଚାଲିବା ପରେ ସ୍ଵାମୀ ଚାକିରିକୁ ଚାଲି ଯାଇଥିଲେ। ଏହି ସୁଯୋଗରେ ବିଜୟଲକ୍ଷ୍ମୀ ବରୀ ରାମଚନ୍ଦ୍ରପୁର ଅଞ୍ଚଳର ବିକାଶ ବିଶ୍ବାଳ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସଂପର୍କ ରଖିଥିଲେ। ସ୍ବାମୀ ଚାକିରୀରୁ ଫେରିବା ପରେ ଏ କଥା ଜାଣି ପ୍ରତିବାଦ କରିଥିଲେ। ମାତ୍ର ବିଜୟଲକ୍ଷ୍ମୀ ସ୍ବାମୀକୁ ଖାତିର ନକରି ସେ ଯୁବକ ସହିତ ସଂପର୍କ ରଖି ଆସୁଥିଲେ। ତେବେ ଗତ ପ୍ରଥମ ରଜ ରାତିରେ ବିଜୟଲକ୍ଷ୍ମୀ ସ୍ବାମୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ବେହୋସ କରିବା ପରେ ନିଜ ଭଉଣୀ, ପ୍ରେମିକ ବିକାଶ ଓ ନିଜ ପୁଅ ଆଶୁତୋଷ ସହ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ। ଅମୂଲ୍ୟ ଚେତା ଫେରିବା ପରେ ନିଜେ ଘରେ ବନ୍ଧା ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ତେବେ ଅମୂଲ୍ୟଙ୍କ ଝିଅ ସ୍ୱାଗତିକା ମାମୁଁ ଘରୁ ଫେରିବା ପରେ ଅମୂଲ୍ୟଙ୍କୁ ଖୋଲିଦେଇଥିଲେ ସ୍ତ୍ରୀ ବିଜୟଲକ୍ଷ୍ମୀ । ଏହାପରେ ସେ ନିଜେ ଦୁର୍ଘଟଣା ଘଟାଇ ଏପରି ଅବସ୍ଥାରେ ପଡିଛନ୍ତି ବୋଲି ନିଜ ଝିଅ ଆଗରେ ସଫେଇ ଦେଇଥିଲେ ବିଜୟଲକ୍ଷ୍ମୀ। ତେବେ ଅମୂଲ୍ୟ ମଧ୍ୟ ଚୁପ୍‌ଚାପ ରହିଯାଇଥିଲେ। ରାତିର ସମସ୍ତେ ଶୋଇ ପଡିବା ପରେ ଅମୂଲ୍ୟ ଛାତ ଉପର ଦେଇ ଘରୁ ବାହାରି କୁଆଖିଆ ଥାନାରେ ପହଞ୍ଚିବା ପରେ ଘଟଣା ସବୁ ପଦାକୁ ଆସିଛି। କୁଆଖିଆ ପୋଲିସ ଅଭିଯୋଗ ପାଇବା ପରେ ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ବିକାଶକୁ ପୋଲିସ ଏଯାଏଁ ଗିରଫ କରି ପାରିନାହିଁ। ବିଜୟଲକ୍ଷ୍ମୀ ବଡକଇଁଚି ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ଭାବେ କାମ କରୁଥିବା ବେଳେ ଏହି ଘଟଣାରେ ତାଙ୍କ ପୁଅ ଆଶୁତୋଷ ସାମିଲ ଥିବା ଜଣାପଡିଛି। ତେବେ ଏହି ଘଟଣାକୁ ନେଇ କୁଆଖିଆ ଅଞ୍ଚଳରେ ନାନା ଚର୍ଚ୍ଚା ଆଲୋଚନା ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!