Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ପରିଷଦଙ୍କ ସ୍ୱାମୀଙ୍କୁ ଜେଇଙ୍କ ଆକ୍ରମଣ, ପୁଲିସର ତଦନ୍ତ

by ସଞ୍ଜୟ ସ୍ୱାଇଁ
June 19, 2023
in Crime, State
ଜିଲ୍ଲା ପରିଷଦଙ୍କ ସ୍ୱାମୀଙ୍କୁ ଜେଇଙ୍କ ଆକ୍ରମଣ, ପୁଲିସର ତଦନ୍ତ
165
VIEWS
Share on FacebookShare on Twitter

ଜଳେଶ୍ବର, (ବାଘୁଆବାର୍ତ୍ତା): ଜିଲ୍ଲା ପରିଷଦଙ୍କ ସ୍ୱାମୀଙ୍କୁ ଆକ୍ରମଣ କଲେ ବ୍ଲକ୍ ଜେଇ । ଜିଲ୍ଲା ପରିଷଦଙ୍କ ସ୍ୱାମୀ ଆହତ ହୋଇଛନ୍ତି । ଫଳରେ ବ୍ଲକ୍ ପରିସରରେ ଉତ୍ତେଜନା ଜାରି ରହିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ୨୧ନଂ ଜୋନର ଜିଲ୍ଲା ପରିଷଦ କାଞ୍ଚନାବାଳା ଜେନାଙ୍କର ସ୍ୱାମୀ ସୁନୀଲ ଜେନା ପ୍ରତିନିଧି ହିସାବରେ କାର୍ଯ୍ୟ କରି ଆସୁଛନ୍ତି । ଏହି ଜୋନରେ ବଡ଼ କଷବାଠାରେ ଜିଲ୍ଲା ପରିଷଦଙ୍କ ନିଜସ୍ୱ ପାଣ୍ଠି ଓ ଏଫଡିଆର ପାଣ୍ଠିର ମିଳିତ ଅର୍ଥରେ ଏକ ପକ୍କା ରାସ୍ତା ନିର୍ମାଣ ହେବାର ଥିବାବେଳେ ବ୍ଲକର କାର‌୍ୟ୍ୟରତ ଜେଇ ପ୍ରଫୁଲ ମଲ୍ଲିକଙ୍କ ହାତରେ ଏହାର କାର୍ଯ୍ୟଭାର ରହିଛି । ମାତ୍ର ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଜେଇ ଏଷ୍ଟିମେଣ୍ଟ ନକରିବା ଏବଂ କୌଣସି କାର୍ଯ୍ୟ ହେଉ ନଥିବାରୁ ସୋମବାର ଜିଲ୍ଲା ପରିଷଦଙ୍କର ପ୍ରତିନିଧି ସୁନୀଲ ଜେନା ବ୍ଲକ୍ ପରିସରରେ ପହଞ୍ଚି ଜେଇଙ୍କୁ ପଚାରିବା ସହିତ କାହିଁକି ଉକ୍ତ ସ୍ଥାନକୁ ଯାଉନାହଁ ବୋଲି ପଚାରିବାରୁ ଜେଇ ଉତକ୍ଷିପ୍ତ ହୋଇ ଜିଲ୍ଲା ପରିଷଦ ପ୍ରତିନିଧିଙ୍କୁ ଠେଲାପେଲା କରିବା ସହିତ ମାଡ଼ ମାରିଥିଲେ । ଏଥିରେ ଜିଲ୍ଲା ପରିଷଦଙ୍କ ସ୍ୱାମୀ ରକ୍ତାକ୍ତ ହେବା ସହିତ ଆହତ ହୋଇଥିଲେ । ବ୍ଲକ୍ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲା ପରିଷଦ ପ୍ରତିନିଧି ନ୍ୟାୟ ଦାବି କରିଥିଲେ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!