Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରନ୍ଧନ ଗ୍ୟାସ କେଳେଙ୍କାରୀ, ସାଧା ପୋଷାକରେ ମାଡିବସିଲା ପୋଲିସ

by ସଞ୍ଜୟ ସ୍ୱାଇଁ
June 18, 2023
in Crime, State
ରନ୍ଧନ ଗ୍ୟାସ କେଳେଙ୍କାରୀ, ସାଧା ପୋଷାକରେ ମାଡିବସିଲା ପୋଲିସ
317
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଦୀର୍ଘ ଦିନ ହେଲା ବ୍ରହ୍ମପୁର ସହରରେ ଚାଲିଥିଲା ରନ୍ଧନ ଗ୍ୟାସ କେଳେଙ୍କାରୀ । ପ୍ରତ୍ୟେକ ଗ୍ୟାସ ସିଲିଣ୍ଡରରୁ କେଜିଏ ରୁ ଦୁଇ କେଜି କରାଯାଉଥିଲା ଗାଏବ । ଏହି ଘଟଣାର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଉପକଣ୍ଠ ଜଳେଶ୍ଵରପୁରରେ ଥିବା ଏକ ଗ୍ୟାସ ଡିପୋ ଓ ଗ୍ୟାସ ଡେଲିଭେରୀ କରୁଥିବା ଲୋକଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା ପୋଲିସ । ସାଧା ପୋଷାକରେ ଆସି ଉପଭୋକ୍ତାଙ୍କ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଚୋରି କରୁଥିବା ସିଲିଣ୍ଡର ଡେଲିଭରି ବୟକୁ ମାଡିବସିଲା ପୋଲିସ । ଏହାପରେ ଯାହା ସାମ୍ନା ଆସିଲା ତାହା ସମସ୍ତଙ୍କୁ ଚକିତ କରିଦେଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ଦୀର୍ଘ ଦିନ ଧରି ଗ୍ୟାସ ଉପଭୋକ୍ତାଙ୍କ ଆଖିରେ ପୁଟୁଳି ବାନ୍ଧି ଠକେଇ କରି ଚାଲିଥିଲେ ଇନ୍ଧନ ଗ୍ୟାସ ସିଲିଣ୍ଡର ଡେଲିଭରି ବୟ ମାନେ । ଗ୍ୟାସ ଡିପୋରୁ ଗ୍ୟାସ ଉପଭୋକ୍ତାଙ୍କୁ ଡେଲିଭରି କରିବା ପାଇଁ ନେଇ ଏକ ର୍ନିଦ୍ଦିଷ୍ଟ ସ୍ଥାନରେ ପ୍ରତ୍ୟେକ ଗ୍ୟାସ ସିଲିଣ୍ଡରରୁ କେଜି ରୁ ଦୁଇ କେଜି ଗ୍ୟାସ ବାହାର କରି ଅନ୍ୟ ଏକ ଗ୍ୟାସ ସିଲିଣ୍ଡରରେ ଭର୍ତ୍ତି କରି ଦେଉଥିଲେ । ପୁଣି ସେହି ସିଲିଣ୍ଡରକୁ ସିଲ କରି ଉପଭୋକ୍ତାଙ୍କୁ ଦେଉଥିଲେ ଡେଲିଭରି । ଏଭଳି ଇଣ୍ଡେନ୍ ଗ୍ୟାସ ଓ ଭାରତ ଗ୍ୟାସର ଡେଲିଭରି ବୟ ମାନେ କରୁଥିବା ନେଇ କୈାଣସି ସୂତ୍ରରୁ ଖବର ପାଇ ଗ୍ୟାସ ଡିପୋ ଓ ଡେଲିଭରି ବୟଙ୍କ ଘରେ ବୈଦ୍ୟନାଥପୁର ଥାନା ପୋଲିସ ଓ ଯୋଗାଣ ବିଭାଗ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢ଼ାଉ କରି ୪୧ଟି ଗ୍ୟାସ ସିଲିଣ୍ଡର ଜବତ କରିବା ପରେ ସେଗୁଡ଼ିକ ଥାନାକୁ ଅଣାଯାଇ ଓଜନ କରାଯାଇଥିଲା । ଏହାପରେ ଯୋଗାଣ ବିଭାଗର ଅଧିକାରୀ ମାନେ ଥାନାରେ ପହଞ୍ଚି ସିଲ ରହିଥିବା ସିଲିଣ୍ଡର ଗୁଡ଼ିକୁ ଓଜନ କରିବା ପରେ ଅନେକ ଗ୍ୟାସ ସିଲିଣ୍ଡର କେଜି ରୁ ଦୁଇ କେଜି ଓଜନ କମ ଥିବା ଜଣାପଡିଥିଲା । ବ୍ରହ୍ମପୁର ସହରରେ ଦୀର୍ଘ ଦିନ ଧରି ଗ୍ୟାସ ସିଲିଣ୍ଡର କେଳେଙ୍କାରୀ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏହାକୁ ନଜରରେ ରଖି ବ୍ରହ୍ମପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ସାଧା ପୋଷାକରେ ସହର ଉପକଣ୍ଠ ଜଳେଶ୍ଵରପୁରରେ ଚଢ଼ାଉ କରିଥିଲା । ସେଠାରେ ଗ୍ୟାସ ଡ଼ିପୋରୁ ଡ଼େଲିଭରି ବୟ ମାନେ ଭର୍ତ୍ତି ଓ ସିଲ୍ ପଡ଼ିଥିବା ଗ୍ୟାସ ସିଲିଣ୍ଡରକୁ ନେଇ ଖାଲି ସିଲିଣ୍ଡରରେ ଭର୍ତ୍ତି କରୁଥିଲେ । ଘଟଣାସ୍ଥଳରେ ଏଭଳି ଠକାମୀ କାର‌୍ୟ୍ୟ କରୁଥିବା ଦୁଇ ଗ୍ୟାସ ସିଲିଣ୍ଡର ବୟକୁ ଅଟକ ରଖାଯାଇ ଅଧିକ ତଦନ୍ତ କରାଯାଉଛି । ଗତ ଏକ ବର୍ଷ ହେଲା ଏଭଳି ଉପଭୋକ୍ତା ମାନଙ୍କୁ ଠକି ଆସୁଥିଲେ ଡ଼େଲିଭେରି ବୟ ମାନେ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ବେଳେ ଘଟଣାରେ ଅନ୍ୟ କିଛି ଲୋକଙ୍କ ସମ୍ପୃକ୍ତ ରହିଥାଏ, ତେବେ ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ଏଭଳି ଗ୍ୟାସ ସିଲିଣ୍ଡର ଠକେଇ ସମ୍ପର୍କରେ ଜଣାପଡିବା ପରେ କିଭଳି ଉପଭୋକ୍ତା ମାନେ ସଚେତନ ହେବେ ସେ ନେଇ ଲୋକଙ୍କୁ ଅବଗତ କରାଯିବା ସହ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଯଦି ଆପଣଙ୍କ ଅଞ୍ଚଳରେ ଏମିତି କିଛି ଘଟଣା ହେଉଛି ତେବେ ସ୍ଥାନୀୟ ପୋଲିସ୍ ପ୍ରଶାସନକୁ ଏନେଇ ଅବଗତ କରାନ୍ତୁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!