ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ପୁଲିସକୁ ମିଳିଛି ସଫଳତା । ଜଣେ ଦେଶୀ ମଦ ବେପାରୀ ସହିତ ଜଣେ ବିଦେଶୀ ମଦ ବେପାରୀ ଗିରଫ ହୋଇଛନ୍ତି । ଇଟାମାଟି ଥାନା ପକ୍ଷରୁ ୧୪୨/୨୩ ଓ ୧୪୩/୨୩ ରେ ଦୁଇଟି ମାମଲା ରୁଜୁ କରାଯାଇଛି । ବିରୁଡା ଗ୍ରାମର ଲଟାଚଣ୍ଡି ମନ୍ଦିର ଠାରେ ଜୟକୃଷ୍ଣ ପୃଷ୍ଟି ୮ ଲିଟର ବିଦେଶୀ ମଦ ବିକ୍ରି କରୁଥିବା ବେଳେ ପୁଲିସ ଗିରଫ କରିଛି । ସେହିପରି ସୁନାଲଟି ଗ୍ରାମର ଲୋକନାଥ ଲେଙ୍କା ଦେଶୀ ମଦ ବିକ୍ରି କରୁଥିବା ବେଳେ ପୁଲିସ ଗିରଫ କରିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।





