ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ଥାନା ଅଞ୍ଚଳରେ ଘଟିଛି ଅଘଟଣ । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଟକ ରଖିଛି ଓଡ଼ଗାଁ ପୁଲିସ । ନିକଟରେ ଜଣେ ୧୪ ବର୍ଷର ନାବାଳିକାକୁ ନିଜ ବଡବାପା ପୁଅ ଭାଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ନାବାଳିକା ଜଣକ ଦୋଳି ଖେଳୁଥିବା ସମୟରେ ଜଣେ ୨୩ବର୍ଷର ଯୁବକ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ଝୋଲା ଫାଣ୍ଡି ଅଞ୍ଚଳରେ ଘଟିଯାଇଛି । ବାହାଡଝୋଲା ଫାଣ୍ଡି ଅଂଚଳର ଜଣେ ୧୫ବର୍ଷର ନାବାଳିକା ରଜଦୋଳି ଖେଳୁଥିବା ସମୟର ଗୁମି ଗ୍ରାମର ବାନାମ୍ବର ସାହୁ (୨୩) ସେଠାରେ ପହଞ୍ଚିଥିଲେ । ପାଖରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଜୋର ଜବରଦସ୍ତ ଉଠାଇନେଇ ଦୁଷ୍କର୍ମ କରିଥିଲେ । ନାବାଳିକା ଏ ଘଟଣା ଘରେ ଜଣାଇବା ପରେ ପରିବାର ଲୋକେ ଓଡ଼ଗାଁ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରି ବାନାମ୍ବରକୁ ଗିରଫ କରିଛି । ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଥିବାବେଳେ ପୀଡିତାଙ୍କର ମଧ୍ୟ ଡାକ୍ତରୀ ମାଇନା କରାଯାଇଛି । ପକସୋ ଆକ୍ଟରେ ୧୬୪ରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବା ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି ।





