ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଝାଟିଅଡା ପଞ୍ଚାୟତର ଏକ ନାବାଳିକାକୁ ପ୍ରେମ କରି ଶାରୀରିକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରି ଧମକ ଦେଉଥିବା ଫେରାର ଯୁବକଙ୍କୁ ରାସଗୋବିନ୍ଦପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୂରା ଗାଁ ର ବନମାଳୀ ଘୋଡେ଼ଇଙ୍କ ୨୩ବର୍ଷିୟ ପୁଅ ସଞ୍ଜୟ ,ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାଟିଅଡା ପଞ୍ଚାୟତର ଏକ ନାବାଳିକା ଝିଅକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ଏବଂ ଅଶ୍ଳୀଳ ଭିଡିଓ ଉଠାଇ ରଖିଥିଲେ। ସେହି ଭିଡିଓ କୁ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ଧମକ ଦେଉଥିଲେ। ତେବେ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ନାବାଳିକାର ମା\” ରାସଗୋବିନ୍ଦପୁର ଥାନାରେ ଏତଲା ଦେଇଥିଲେ। ରାସଗୋବିନ୍ଦପୁର ପୋଲିସ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଫେରାର ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ତେବେ ନାବାଳିକାର ବୟାନ ରେକର୍ଡ କରିବା ସହ ଡ଼ାକ୍ତରୀ ମାଇନା କରି ଅପରାଧୀ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।





