ନୟାଗଡ଼, (ବାଘୁଆବାର୍ତ୍ତା): ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ନୟାଗଡ଼ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ନୀତିକାନ୍ତି ପାଳିତ ହୋଇଥିବା ଦେଖିବାକୁ ମିଳିଛି । ରାତିରୁ ଶ୍ରୀ ବଳଭଦ୍ର, ମା ସୁଭଦ୍ରା, ଶ୍ରୀ ଜଗନ୍ନାଥ ଏବଂ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ସ୍ନାନ ବେଦୀକୁ ନିଆଯାଇଥିଲା । ସ୍ନାନମଣ୍ଡପକୁ ନେବାପରେ ଅବକାଶ ନୀତି କରାଯାଇଥିଲା । ଠାକୁରଙ୍କୁ ସ୍ନାନ କରାଯାଇ ଗଜାନନ ବେଶ କରାଯାଇ ଥିବା ବେଳେ ପରେ ଛେରା ପହଁରା ହୋଇଥିଲା । ଏହାପରେ ଧୂପ କାର୍ଯ୍ୟ ଅନୁଷ୍ଠିତ ହୋଇ ହୋଇଥିବା ଜଣାଯାଇଛି । ଆଜି ପ୍ରଥମ ଥର ପାଇଁ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।







