ନୟାଗଡ଼, (ବାଘୁଆବାର୍ତ୍ତା): ବିଦ୍ୟୁତ୍ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଖଣ୍ଡପଡ଼ା ବ୍ଳକ ଅଧିନ ଖଳିସାହି ଦୁର୍ଗା ବଜାରସ୍ଥିତ ଗୋପାଳି ପରିଡ଼ାଙ୍କ ତେଜରାତି ଦୋକାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବୁଧବାର ରାତିରେ ଦୋକାନ ବନ୍ଦ ଥିବା ବେଳେ ଏଭଳି ଘଟଣା ଘଟିଥିଲା । ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ଆଖପାଖ ଅଂଚଳର ଦୋକାନୀମାନେ ଖଣ୍ଡପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । କ୍ଷୟକ୍ଷତିର ପରିମାଣ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ତେଜରାତି ଦୋକାନ ମାଲିକଙ୍କ ଘର ଖଳିସାହି ପଂଚାୟତର ବାସୁଦେବପୁର ଗ୍ରାମରେ ବୋଲି ଜଣାପଡ଼ିଛି ।






