Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହରଡ ଘଣାରେ ପ୍ରେମିକ, ପ୍ରେମ ପାଇଁ ଘର ଛାଡିଥିଲେ, ପ୍ରେମିକକୁ ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
June 15, 2023
in Crime, State
ହରଡ ଘଣାରେ ପ୍ରେମିକ, ପ୍ରେମ ପାଇଁ ଘର ଛାଡିଥିଲେ, ପ୍ରେମିକକୁ ବାନ୍ଧିଲା ପୁଲିସ
219
VIEWS
Share on FacebookShare on Twitter

ନୂଆପଡା, (ବାଘୁଆବାର୍ତ୍ତ): ପରିବାର ଲୋକେ ରାଜି ହେଲେନି। ସେଥିପାଇଁ ଘର ଛାଡ଼ି ପଳାଇ ଆସିଥିଲେ ନାବାଳିକା ପ୍ରେମିକା ଓ ପ୍ରେମିକ। ବାହାହେବା ପାଇଁ ପାଖରେ ଟଙ୍କା ନଥିବାରୁ ସିମେଣ୍ଟ କାରଖାନାରେ କାମ କରୁଥିଲେ। ଏ ସମ୍ପର୍କରେ ଜାଣିପାରି ଓଡ଼ିଶା ପୁଲିସ୍ ସହାୟତାରେ ଛତିଶଗଡ଼ ପୁଲିସ୍ ପ୍ରେମିକା ଉଦ୍ଧାର କରିଥିବା ବେଳେ ପ୍ରେମିକଙ୍କୁ ଗିରଫ କରିଛି। ନୂଆପଡା ଜିଲ୍ଲା ମାଗୁରପାନୀ ଗାଁର ଉମାଶଙ୍କର ମାଝୀ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ସେ ଛରା ଥାନା ପେଲମା ଗାଁର ପରୀ(ଛଦ୍ମନାମ)ଙ୍କୁ ଦିଲ୍ ଦେଇବସିଥିଲେ। ପରୀ ମଧ୍ୟ ରମାଶଙ୍କରଙ୍କ ପ୍ରେମରେ ପାଗଳ ହୋଇଥିଲେ। ଉଭୟ ଏନେଇ ପରିବାର ଲୋକଙ୍କୁ କହିଥିଲେ। ହେଲେ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ପରିବାର। ଶେଷରେ ପ୍ରେମ ପାଇଁ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମୀ ଯୁଗଳ। ଆଜକୁ ୭ ଦିନ ତଳେ ଉମାଶଙ୍କରଙ୍କ ସହିତ ପରୀ ଘର ଛାଡ଼ି ପଳାଇ ଆସିଥିଲେ। ପାଖରେ ଚାରଣିଟିଏ ନଥିବାରୁ ଚଳିବେ କେମିତି? ବାହା ହେବେ କେମିତି? ସେହି ଚିନ୍ତାରେ ପଡ଼ିଗଲେ ପ୍ରେମୀ ଯୁଗଳ। କିଛି ଉପାୟ ନପାଇ ବଲାଙ୍ଗିର ସହର ଉପକଣ୍ଠ ଛୁଇଁବନ୍ଧଠାରେ ଥିବା ଏକ ସିମେଣ୍ଟ ଇଟା କାରଖାନାରେ କାମ କରୁଥିଲେ। ଅନ୍ୟପକ୍ଷରେ ଘରୁ ଝିଅ ପଳାଇ ଯାଇଥିବାରୁ ପରିବାର ଲୋକେ ଏନେଇ ଛରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ଉମାଶଙ୍କର ଓ ପରୀ ବଲାଙ୍ଗିର ସହର ଭିତରେ ଥିବା ଜାଣିବାକୁ ପାଇଥିଲା ପୁଲିସ୍‌। ଏହା ପରେ ଅର୍ଥାତ ୩ ଦିନ ତଳେ ଛତିଶଗଡ଼ ପୁଲିସ ବଲାଙ୍ଗିର ସହରରେ ଡେରା ପକାଇଥିଲା। ସ୍ଥାନୀୟ ପୁଲିସ୍ ସହାୟତାରେ ଆଜି ଛତିଶଗଡ଼ ପୁଲିସ ପ୍ରେମୀ ଯୁଗଳଙ୍କୁ କାବୁ କରିଥିଲା। ପୁଲିସ୍ ନାବାଳିକାକୁ ଉଦ୍ଧର କରିଥିବା ବେଳେ ଉମାଶଙ୍କରଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!