Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୃଶଂସ ସ୍ୱାମୀର ବର୍ବର କାଣ୍ଡ, ଲୋକ ଲଗାଇ ସ୍ତ୍ରୀକୁ ମାଡ଼ ମାରିବା ସହ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
June 15, 2023
in Crime, State
ନୃଶଂସ ସ୍ୱାମୀର ବର୍ବର କାଣ୍ଡ, ଲୋକ ଲଗାଇ ସ୍ତ୍ରୀକୁ ମାଡ଼ ମାରିବା ସହ ଦୁଷ୍କର୍ମ
206
VIEWS
Share on FacebookShare on Twitter

କେନ୍ଦ୍ରାପଡା, (ବାଘୁଆବାର୍ତ୍ତା): ବାରମ୍ବାର ପତ୍ନୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବା ନୃଶଂସ ସ୍ୱାମୀ ମାନବିକତାର ସବୁ ସୀମା ଟପି ଯାଇଛି। ପତି-ପତ୍ନୀର ପବିତ୍ର ବନ୍ଧନକୁ ଭୁଲି ଲୋକ ଲଗାଇ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି। ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ରାଣୀପୋଖରୀ ଗାଁରେ। ଏନେଇ ପତ୍ନୀ ବେବିନା ଦାସ ଆଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିଛି। ଘଟଣାପରେ ଅଭିଯୁକ୍ତ ସ୍ୱାମୀ ଆଶିଷ ଦାସ ଫେରାର ହୋଇଯାଇଛି। ଅଭିଯୋଗ ଅନୁସାରେ, ରାଣୀପୋଖରୀ ଗାଁର ଆଶିଷ ୪ବର୍ଷ ତଳେ ବେବିନାଙ୍କୁ ବିବାହ କରିଥିଲେ। ବିବାହ ପରେ ଆଶିଷ ବେବିନାଙ୍କୁ ଟିକିଏ ଟିକିଏ କଥାରେ ମାରପିଟ୍ କରୁଥିଲେ। ଏନେଇ ବେବିନା ବାପଘରେ ଜଣାଇବା ପରେ ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା। ହେଲେ ବୁଝାମଣା ପରେ ପୁଣି ଆଶିଷ ବେବିନାକୁ ମାରପିଟ୍ କରୁଥିଲେ। ବେବିନା ସବୁ କଷ୍ଟ ସହି ନିଜର ୧୧ ମାସର ଝିଅକୁ ନେଇ ଶାଶୁ ଘରେ ପଡ଼ି ରହିଥିଲେ। ଗତକାଲି ସନ୍ଧ୍ୟା ସମୟରେ ବେବିନା ନିଜର ଛୋଟ ଝିଅକୁ ନେଇ ଛାତ ଉପରେ ବସିଥିଲେ। ଏହି ସମୟରେ ଆଶିଷ ଦୁଇ ଜଣ ଲୋକଙ୍କୁ ଆଣି ବେବିନାଙ୍କୁ ମାଡ଼ ମାରିବା ପାଇଁ କହିଥିଲେ। ଏହାସହ ତାଙ୍କୁ ଦୁଷ୍କର୍ମ କରିବା ପାଇଁ କହିଥିବା ବେବିନା ଅଭିଯୋଗ କରିଛନ୍ତି। ବେବିନାଙ୍କୁ ତାଙ୍କ ସ୍ୱାମୀ ଓ ଆଉ ଦୁଇ ବ୍ୟକ୍ତି ମାରପିଟ କରୁଥିବାବେଳେ ସେ ଦୌଡ଼ିକୁ ପଳାଇ ଆସିଥିଲେ ଓ ପାଟିକରି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ତଥାପି ଆଶିଷର ରାଗ ଶାନ୍ତି ପଡ଼ି ନଥିଲା। ଗାଁରେ ଦାଣ୍ଡରେ ଆଶିଷ ଓ ଦୁଇ ବ୍ୟକ୍ତି ବେବିନାଙ୍କୁ ନିର୍ଧୂମ ବାଡ଼େଇ ଥିଲେ। ଗ୍ରାମବାସୀ ଏହା ଦେଖି ଦୌଡ଼ି ଆସିଥିଲେ। ପରେ ଆଶିଷ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗ୍ରାମବାସୀ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ କାବୁ କରି ପୁଲିସ ଜିମାରେ ଦେଇଥିଲେ। ଏନେଇ ଆଳି ଥାନାରେ ବେବିନା ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହାସହ ପୁଲିସ ଆଶିଷଙ୍କ ବାପାମା’ଙ୍କୁ ପଚରାଉଚରା କରିଥିବା ଜଣାଯାଇଛି। ବେବିନାଙ୍କ ବାପା କହିଛନ୍ତି, ମୋ ଝିଅକୁ ରାଣୀପୋଖରୀ ଗାଁରେ ବାହା ଦେଇଥିଲି। ସେ ପରିବାର ଏତେ ଖରାପ ବୋଲି ମୁଁ ଜାଣି ନଥିଲି। ତାର ଶ୍ୱଶୁର ଘର ଲୋକେ ମୋ ଝିଅକୁ ବାରମ୍ବାର ନିର‌୍ୟାତନା ଦେଉଥିଲେ। ମୋ ଝିଅ ଏହି କଥା ଜଣାଇବା ପରେ ମୁଁ ଯାଇ ତାକୁ ନେଇ ଆସିଥିଲି। କିଛି ଦିନ ପରେ ତାର ଶ୍ୱଶୁର ଘର ଲୋକେ ଝିଅକୁ ନେବାକୁ ଆସିଥିଲେ। ଉଭୟ ଗାଁର ସରପଞ୍ଚ ଓ ପୁଲିସ ଉପସ୍ଥିତିରେ ମୁଁ ମୋ ଝିଅକୁ ଛାଡ଼ିଥିଲି। ତା’ ପରେ ବି ସେମାନେ ମୋ ଝିଅକୁ ନିର‌୍ୟାତନା ଦେଉଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!