କରୋନା ଯୋଦ୍ଧା ଘୋଷଣା ଦାବି
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବେସରକାରୀ ବସ କର୍ମଚାରୀ ସଂଘ ପକ୍ଷରୁ ଆଜି ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଏବଂ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସଂଘ ସଭାପତି ମନୋରଂଜନ ତ୍ରିପାଠୀ, ସଂପ।।ଦକ ରତ୍ନାକର ସିଂ ଏହି ସହାୟତା ରାଶି ପ୍ରଦାନ କରିଥିବା ବେଳେ କର୍ମଚାରୀମାନଙ୍କ କରୋନା ଯୋଦ୍ଧା ଭାବେ ଘୋଷଣା ନେଇ ଦାବି କରିଛନ୍ତି । କର୍ମଚାରୀମାନେ ତିନିମାସ କାଳ ରୋଜଗାର ହରାଇ ବସିଥିବା ବେଳେ ସରକାର କର୍ମଚାରୀଙ୍କ ସୁରକ୍ଷା ପାଇଁ ପଚଶ ଲକ୍ଷ ଟଙ୍କାର କର୍ମଚାରୀ କଲ୍ୟାଣ ପାଣ୍ଠି ଘୋଷଣା କରିବାକୁ ଦାବି କରିଛନ୍ତି । ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।






