ଦେବଗଡ, (ବାଘୁଆବାର୍ତ୍ତା): ରିଆମାଳ ଥାନା ବରଘାଟ ଗ୍ରାମରେ ଜଣେ ନବବଧୂକୁ ବଡ଼ ଯାଆ ଗ୍ଲୁକୋଜରେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରିଆମାଳ ଥାନାରେ ନବବଧୂଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଏନେଇ ନବବୋଧୂଙ୍କ ମାଆ ଝରଣା ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଗତ ମାର୍ଚ୍ଚ ୧୦ ତାରିଖରେ ଦେବଗଡ଼ ଥାନା କପାସିରା ଗ୍ରାମର ଝସକେତନ ପ୍ରଧାନଙ୍କ ଝିଅ ପୂଜା ପ୍ରଧାନ ରିଆମାଳ ଥାନା ବରଘାଟ ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପୁଅ କାଳିନ୍ଦୀ ସାହୁ ଓରଫ ବାବୁଲି ଙ୍କୁ ବିବାହ କରିଥିଲେ । ଗତକାଲି ପୂଜା ଅସୁସ୍ଥ ଥିବାବେଳେ ବଡ଼ ଯାଆ ମମତା ସାହୁ ଗ୍ଲୁକୋଜରେ ବିଷ ମିଶାଇ ପିଆଇଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି ।





