ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ଅଧିନସ୍ଥ କରଡା ପଲ୍ଲୀ ନିକଟରୁ ବନବିଭାଗ ମୂଲ୍ୟବାନ କାଠ ଜବତ କରିଛି । ମହିପୁର ବନଖଣ୍ଡ ଅଧିନସ୍ଥ ବନପାଳ ସୁର୍ଯ୍ୟକାନ୍ତ ମହାରଣା ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଲରେ ପହଞ୍ଚିଥିଲେ । ଉକ୍ତ ସ୍ଥାନରୁ ସାଳଗଣ୍ଡି ୬ଟି, ଶିରିଶ ୧, ସାଳସାଇଜ ୬ ଟି କାଠ ଜବତ ହେବା ସହିତ ଘଟଣା ସ୍ଥଳରୁ ଏକ କରତ ଜବତ ହୋଇଛି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୪୦୦୦୦ ଟଙ୍କା ବୋଲି ଜଣା ପଡିଛି । ଘଟଣା ସ୍ଥଳରୁ ଆସାମୀ ଫେରାର ହୋଇଯାଇଛି । ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଘଟଣା ସ୍ଥଳରେ ବନପାଳ ସମେତ ସ୍ନିଗ୍ଧାରାଣୀ ସ୍ଵାଇଁ, ଶ୍ରଦ୍ଧାଞ୍ଜଳି ସାହୁ, ବିଘ୍ନେଶ ବେହେରା, ରଶ୍ମିତା ଶେଠୀ, ରୀନା ସେଠୀ ବନ କର୍ମଚାରୀ ଓ ବନବିଭାଗର ଅନ୍ୟାନ କର୍ମଚାରୀ ଉପସ୍ଥିତ ରହିଥିଲେ ।





