ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି । ମୋବାଇଲ ଟର୍ଚ୍ଚ ଲାଇଟରେ ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଷ୍ଟିଚ ପଡ଼ୁଥିବା ଦେଖାଯାଇଛି । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବଲାଙ୍ଗିରୀ ୫୭ ନମ୍ବର ଜାତୀୟ ରାଜପଥର ବିନୋଦପଡ଼ା ଛକଠାରେ ଏକ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିଲେ ଚମ୍ପେଇଲୋ ଗ୍ରାମର ଜଣେ ଯୁବକ । ତାଙ୍କୁ ଚିକିତ୍ସା ପାଇଁ କିଛି ଯୁବକ ରାଜସୁନାଖଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ରୋଗୀଙ୍କୁ ତୁରନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଡ୍ରେସିଂ ରୁମକୁ ନିଆଯାଇଥିଲା । ଜରୁରୀକାଳିନ ସେବା ଗୃହର ସବୁ ଲାଇଟ୍ ପୂର୍ବରୁ ଖରାପ ହୋଇ ଯାଇଥିବା ଦେଖାଯାଇଥିଲା । ଫଳରେ ମୋବାଇଲ ଟର୍ଚ୍ଚ ସାହାର୍ଯ୍ୟରେ ମେଡିକାଲ ଆଟେଣ୍ଡାଡ୍ ଉକ୍ତ ରୋଗୀର ଚିକିତ୍ସା କରିଥିଲେ । କିଛିଦିନ ତଳେ ଉକ୍ତ ଏହି ଡାକ୍ତରଖାନାକୁ ୫ କୋଟି ଟଙ୍କା ବ୍ୟୟରେ ତିନିମହଲା ବିଶିଷ୍ଟ କରାଯାଇଥିଲା ମାତ୍ର ଏବେ ଏହାର ଡ୍ରେସିଂ ରୁମରେ ଲାଇଟ ନଜଳିବା ପ୍ରଶାସନିକ ଅବହେଳାକୁ ପଦାରେ ପକାଇଥିବା ଆଲୋଚନା ହେଉଛି ।






