ନୟାଗଡ଼, (ବାଘୁଆବାର୍ତ୍ତା): ଶବ ବ୍ୟବଛେଦ ପାଇଁ ଲାଞ୍ଚ ମାଗିବା ପଡିଲା ମହଙ୍ଗା । ସସ୍ପେଣ୍ଡ ହେଲେ ସୁଇପର ରମେଶ ନାୟକ । ଗତ ୧୦ ତାରିଖରେ ଏକ ଶବକୁ ବ୍ୟବଛେଦ କରିବା ପାଇଁ ସମ୍ପର୍କିୟଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଲାଞ୍ଚ ନେଉଥିବାର ପ୍ରମାଣ ମିଳିଥିଲା । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ମଧ୍ୟଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଟେଣ୍ଡେଣ୍ଟଙ୍କୁ ଘଟଣାର ଇନକ୍ୱାରି ଦାୟିତ୍ୱ ଦେଇଥିଲେ । ଏହି ଆଧାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରମେଶକୁ ସସପେଣ୍ଡ କରିଛନ୍ତି ।





