Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ବିଡିଓଙ୍କ ସହ ୨୮ ସରକାରୀ କର୍ମଚାରୀଙ୍କଠାରୁ ଭରଣା ହେବ ୨.୨୫ କୋଟି

by ସଞ୍ଜୟ ସ୍ୱାଇଁ
June 11, 2023
in Feature News
୫ ବିଡିଓଙ୍କ ସହ ୨୮ ସରକାରୀ କର୍ମଚାରୀଙ୍କଠାରୁ ଭରଣା ହେବ ୨.୨୫ କୋଟି
1.1k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଭାପୁର ବ୍ଳକରେ ହୋଇଥିବା ମହାଦୁର୍ନିତୀ ନେଇ ଗୁମର ଖୋଲିବାରେ ଲାଗିଛି। ସ୍ୱତନ୍ତ୍ର ଟିମ ତଦନ୍ତରୁ ଜଣାପଡିଥିବା ଆଧାରରୁ ଏବେ ୫ ଜଣ ପୂର୍ବତନ ବିଡିଓଙ୍କ ସମେତ ୨୮ ଜଣ ସରକାରୀ କର୍ମଚାରୀଙ୍କ ଠାରୁ ୨ କୋଟି ୨୫ ଲକ୍ଷ ଆଦାୟ ହେବା ପାଇଁ ପ୍ରଶାସନ କାର‌୍ୟ୍ୟ ଆରମ୍ଭ କରିଛି। କେତେକ ଏହି ଅର୍ଥ ଭରଣା କରି ସାରିଥିବା ବେଳେ କେତେକ ଅର୍ଥ ଦେବା ପାଇଁ ଯୋଗଯୋଗରେ ଅଛନ୍ତି। ଏହି ସ୍ୱତନ୍ତ୍ର ଅଡିଟ ଟିମ ବ୍ଳକରେ ୨୦ କୋଟି କାମ ଉପରେ ଅବଜେକସନ କରିଥିବାରୁ ଏଗୁଡିକରେ ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ଭାପୁର ବ୍ଳକରେ ୨୦୧୭-୨୨ ମସିହା ମଧ୍ୟରେ ହୋଇଥିବା ବିଭିନ୍ନ କାମରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇ ଲୋକାୟୁକ୍ତଙ୍କ ନିକଟରେ ମାମଲା ରୁଜୁ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଅଡିଟ ଟିମ ମାଧ୍ୟମରେ ଅଡିଟ କରାଇଥିଲେ। ଦୀର୍ଘ ୬ ମାସ ଅଡିଟ କରି ଗତ ଫେବୃଆରୀ ମାସ ୧୫ ତାରିଖରେ ଅଡିଟ ଟିମ ତାଙ୍କ ରିପୋର୍ଟ ରାଜ୍ୟ ପ୍ରଶାସନକୁ ଦେଇଛନ୍ତି। ଏହି ଅଡିଟ ସମୟରେ ୨ କୋଟି ୨୫ ଲକ୍ଷ ୭ ଶହ ଟଙ୍କାର ଭରଣା ନିର୍ଦ୍ଦେଶ ରହିଥିବା ବେଳେ କୋଟିର କାର୍ଯ୍ୟ ଉପରେ ଅବଜେକସନ କରିବାରୁ ଏହା ମଧ୍ୟ ଦୁର୍ନୀତି ହୋଇଥିବା ଜଣାପଡିଛି। ଏବେ ଦୁର୍ନୀତି ସହ ସମ୍ପୃକ୍ତ ୨୮ ଜଣ ସରକାରୀ କର୍ମଚାରୀଙ୍କ ସହ ଜଣେ ଗ୍ରାମସାଥିଙ୍କ ଠାରୁ ୩୧ ଟି କାରଣ ପାଇଁ ଉପରୋକ୍ତ ୨ କୋଟି ୨୫ ଲକ୍ଷ ୭ ଟଙ୍କା ଆଦାୟ ଚାଲିଛି। ଅନେକ ଅହି ଅର୍ଥ ଭରଣା କରିଥିବା ବେଳେ କେତେକ ଏବେ ଅର୍ଥ ଦେବା ପାଇଁ ସଜବାଜ ହେଉଛନ୍ତି । ଭାପୁର ବ୍ଳକରେ ବିଗତ ବର୍ଷ ମାନଙ୍କରେ ଟଙ୍କା କର କାମ ନ ହୋଇ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଅଡିଟ ଟିମର ଅଡିଟ ରିପୋର୍ଟରେ ଧରାପଡିଛି। ଏପରିକି ତତ୍କାଳୀନ ବ୍ଳକ ଅଧ୍ୟକ୍ଷଙ୍କ ଦସ୍ତଖତ ଜାଲିଆତି କରାଯାଇ କୋଟି କୋଟି ଟଙ୍କା ଉଠାଣ ହୋଇଛି। ଏତେ ପରିମାଣର ଦୁର୍ନୀତି ଦେଖି ଅଡିଟ ଟିମ ହତବାକ ହେବା ସହ ସେମାନେ ସରକାରଙ୍କୁ ଏ ନେଇ ସ୍ୱତନ୍ତ୍ର ଭାବେ ଅବଗତ କରିଛନ୍ତି । ଏତେ ପରିମାଣରେ ଦୁର୍ନୀତି ହୋଇଥିବା ଜଣାପଡିବା ପରେ ସ୍ୱଛତା ପାଇଁ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!