ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଲୋକଙ୍କ ଅଭିଯୋଗକୁ ପ୍ରାଧ୍ୟାନ୍ୟ ଦିଆଯାଉନାହିଁ । ଜଣେ ମହିଳା ବର୍ଷକର ପୁଅକୁ ଛାଡ଼ି ନିଖୋଜ ହୋଇଯାଇଥିବା ବେଳେ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବାର ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କୈାଣସି ପଦକ୍ଷେପ ନେଉନାହିଁ । ସୂଚନାନୁସାରେ, ନୟାଗଡ଼ ସଦରଥାନା ଅନ୍ତର୍ଗତ କଇଁଥଗାଡ଼ିଆ ଗ୍ରାମର ସନ୍ତୋଷ ପାଳ ୨ ବର୍ଷ ତଳେ ମାଳିସାହି ଗ୍ରାମର ଭୀମସେନ ବାରିକଙ୍କ ଝିଅ ସୈାଦାମିନୀ ବାରିକଙ୍କୁ ପ୍ରେମ ବିବାହ କରିଥିଲେ । ସନ୍ତୋଷ ଓ ସୈାଦାମିନୀଙ୍କର ୧ ବର୍ଷର ପୁଅଟିଏ ରହିଛି । ପାରିବାରିକ ଝଗଡ଼ାକୁ ନେଇ ସୈାଦାମିନୀ ଗତ ୧୦ ଦିନ ହେବ କେଉଁ ଆଡ଼େ ଚାଲି ଯାଇଛନ୍ତି । ଛୋଟ ଶିଶୁପୁତ୍ରଟି ମାଆକୁ ଝୁରି ଝୁରି ରୋଗାକ୍ରାନ୍ତ ହେବାକୁ ବସିଥିବା ବେଳେ ସନ୍ତୋଷଙ୍କୁ ପୁଲିସ ପକ୍ଷରୁ କୈାଣସି ସହଯୋଗ ମିଳୁନାହିଁ । ଥାନାରେ ଅଭିଯୋଗ କରିବାର ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କୈାଣସି ପଦକ୍ଷେପ ନେଉନଥିବା ସନ୍ତୋଷ ଅଭିଯୋଗ କରିଛନ୍ତି । ସଦରଥାନାର ଜଣେ ମହିଳା ଏସଆଇ ଏତଲା ରଖିଥିବା ବେଳେ ଆଦୈା ସହଯୋଗ କରୁନଥିବା ବେଳେ ଓଲଟା ଧମକ ଦେଉଛନ୍ତି । ତମ ସ୍ତ୍ରୀ ଆସି ଯଦି ଅଭିଯୋଗ କରେ ତେବେ ତୁମକୁ ଆଗ ବାନ୍ଧିବି ବୋଲି ସନ୍ତୋଷଙ୍କୁ ଧମକ ଦିଆଯାଉଥିବା ସେ କହିଛନ୍ତି । ଅନ୍ୟପକ୍ଷେ, ଶିଶୁ ପୁତ୍ରଟି ମାଆକୁ ଝୁରୀ ଝୁରୀ କାଳାତିପାତ କରୁଥିବା ବେଳେ ନୟାଗଡ଼ ପୁଲିସର ଏଭଳି ନୀତି ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି ।





