ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଅପରାହ୍ନରେ ପ୍ରକାଶ ପାଇଛି +୨ କଳା ଓ ଧନ୍ଦାମୁଳକ ଶିକ୍ଷାର ପରୀକ୍ଷା ଫଳ । ନୟାଗଡ଼ ଜିଲ୍ଲାରେ +୨ କଳାରେ ମୋଟ ୬୪୭୨ ଜଣ ପରୀକ୍ଷାର୍ଥୀ ଫର୍ମଫିଲପ କରିଥିଲେ । ସେଥି ମଧ୍ୟରୁ ୬୩୭୫ ଜଣ ପରୀକ୍ଷାରେ ଯୋଗ ଦେଇଥିଲେ । ପ୍ରକାଶିତ ପରୀକ୍ଷା ଫଳରୁ ୪ ଜଣ ପରୀକ୍ଷାର୍ଥୀ ମାଲପ୍ରାଟିସ ହୋଇଛନ୍ତି । ୧୩୮୩ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତିର୍ଣ୍ଣ ହୋଇଥିବାବେଳେ ୧୦୧୫ ଜଣ ସେକେଣ୍ଡ ଡିଭିଜନରେ ପାସ କରିଛନ୍ତି । ତୃତୀୟ ଡିଭିଜନରେ ୨୮୮୬ ଜଣ ଉତିର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ୧୦ ଜଣ କମ୍ପାଟମେଣ୍ଟାଲି ରେ ପାସ କରିଛନ୍ତି । ମୋଟ ଜିଲ୍ଲାର ୫୨୯୪ ଜଣ ପାସ କରିଛନ୍ତି । ଯାହାକି ୮୩.୦୪ ପ୍ରତିଶତ ପାଶ ହାର ରହିଛି । ସେହିପରି ଭାବରେ ଧନ୍ଦାମୁଳକ ଶିକ୍ଷାରେ ମୋଟ ୧୧୭ ଜଣ ଫର୍ମ ଫିଲପ କରିଥିଲେ । ସେଥିମଧ୍ୟରୁ ୧୧୬ ଜଣ ପରୀକ୍ଷାରେ ଯୋଗ ଦେଇଥିଲେ । ପ୍ରକାଶିତ ଫଳ ଅନୁସାରେ ୨୪ ଜଣ ପ୍ରଥମ ଡିଭିଜନରେ ପାସ କରିଥିବାବେଳେ ୩୫ ଜଣ ସେକେଣ୍ଡ ଡିଭିଜନ ଓ ୨୬ ଜଣ ଥାର୍ଡ ଡିଭିଜନରେ ପାସ କରିଛନ୍ତି । ସେଥି ମଧ୍ୟରୁ ୪ ଜଣ କମ୍ପାଟମେଣ୍ଟାଲିରେ ପାସ କରିଛନ୍ତି । ମୋଟ ଉପରେ ଧନ୍ଦାମୁଳକ ଶିକ୍ଷାରେ ୮୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଯାହାକି ୭୬.୭୨ ପ୍ରତିଶତ ।





